ରାଜ୍ୟରେ କୋହଲା ପାଗ ଜାରି

ଦୁର୍ବଳ ହୋଇଛି ସକ୍ରିୟ ଲଘୁଚାପ । ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ଲାଗି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟର କୋଟପାଡ଼ରେ ସର୍ବାଧିକ ୬୪ ମିଲିମିଟର ବର୍ଷା ହୋଇଥିବାବେଳେ ହିଞ୍ଜିଳିରେ ୫୯, ଆସ୍କାରେ ୫୫.୮, କୁକୁଡ଼ାହାଣ୍ଡିରେ ୫୪, ଝାରସୁଗୁଡ଼ାରେ ୪୮.୯, କୋଲବରାରେ ୫୭.୬, ଲାଇକେରା ୫୬.୪ ଓ ନୂଆପଡ଼ା ୪୪.୮ମିଲିମିଟର ବର୍ଷା ରେକର୍ଡ ହୋଇଛି । କୋହଲା ପାଗ ପ୍ରଭାବରେ ତଳମୁହାଁ ହୋଇଛି ରାଜଧାନୀ ଭୁବନେଶ୍ବରର ତାପମାତ୍ରା  । ଗତ ଦୁଇ ଦିନ ତୁଳନାରେ ତାପମାତ୍ରା ୫ ଡିଗ୍ରୀ ହ୍ରାସ ପାଇଛି । ଆଗାମୀ ୫ଦିନ ଯାଏ ତାପମାତ୍ରାରେ ସେପରି କୌଣସି ପରିବତ୍ତନ ଆସିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଆସନ୍ତାକାଲିଠୁ ପାଗ ବଦଳିବା ପରେ ତୁରନ୍ତ କ୍ଷୟକ୍ଷତିର ସମୀକ୍ଷା କରାଯିବ।

 

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!