କେରଳର ଜଣେ ଛାତ୍ରୀ ଜଣକ ଯୌତୁକ ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମଙ୍ଗଳବାର ଥିରୁଅନନ୍ତପୁରମ୍ ମେଡିକାଲ୍ କଲେଜ ସ୍ଥିତ ଭଡା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଆତ୍ମହତ୍ୟାର କାରଣ ଯୌତୁକ ଚାପ ବୋଲି କୁହାଯାଉଛି। ଭାବି ଶ୍ୱଶୁର ଘର ଲୋକ ମାତ୍ରାଧିକ ଯୌତୁକ ଦାବି କରି ବିବାହ ପ୍ରସ୍ତାବ ଭାଙ୍ଗି ଦେବାରୁ ଶାହାନା ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମାମଲାର ତଦନ୍ତ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। 26 ବର୍ଷୀୟ ଶାହାନା ସର୍ଜରୀ(ଅସ୍ତ୍ରୋପଚାର) ବିଭାଗର ପିଜି ଛାତ୍ରୀ ଥିଲେ।
ଶାହାନା ନିଜ ଅନୁଷ୍ଠାନର ଜଣେ ପିଜି ଛାତ୍ରଙ୍କୁ ଭଲପାଉଥିଲେ। ତାଙ୍କ ସହ ବିବାହ ପ୍ରସ୍ତାବ ମଧ୍ୟ ପଡିଥିଲା। କିନ୍ତୁ ବିବାହ ପାଇଁ ଭାବି ଶ୍ୱଶୁର ଘର ଲୋକେ ମାତ୍ରାଧିକ ଯୌତୁକ ଦାବି କରୁଥିଲେ। ସୁନା, ଜମି ସାଙ୍ଗକୁ ବିଏମଡବ୍ଲୁ କାର ସହ ଅନ୍ୟାନ୍ୟ ଜିନିଷ ଦେବାକୁ କହିଥିଲେ।

