ରାଜ୍ୟ ପରିବହନ ବିଭାଗର ବଡ଼ ଘୋଷଣା । ଗାଡ଼ିରେ HSRP ଲଗାଇନଥିଲେ ପଡିବ ଫାଇନ । ଆଜିଠୁ ଆରମ୍ଭ ହେଉଛି ସ୍ବତନ୍ତ୍ର ଡ୍ରାଇଭ୍ । ଏଚଏସଆରପି ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାରରୁ ୧୦ ହଜାର ଟଙ୍କାର ଫାଇନ ଆଦାୟ କରାଯିବ ।ଦଣ୍ଡ ବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି ।

