ବାବୁଲ କ୍ଲିନିକ ରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଗିରଫ । ବ୍ରହ୍ମପୁର ଏସପି ଙ୍କ ନିର୍ଦେଶକ୍ରମେ ଗିରଫ କରିଛି ଦିଗପହଣ୍ଡି ପୋଲିସ ତେବେ ଏହି ନକଲି ଡାକ୍ତରଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁ ରେ ।
ସାନଖେମୁଣ୍ଡି ସମେତ କଟକ ର ଘରୋଇ କ୍ଲିନିକ ରେ ପୋଲିସ ଯାଞ୍ଚ କରିବା ସହ ଡ଼ାକ୍ତର ଙ୍କ କଟକ ଭଡା ଘରେ ମଧ୍ୟ ତଦନ୍ତ କରିଛି । କଟକ ରାଣୀହାଟ କ୍ଲିନିକ ସାନଖେମୁଣ୍ଡି ର ଘରୋଇ କ୍ଲିନିକ ରେ ଦୁଇ ଦିନ ଧରି ଚାଲିଥିଲା ତଦନ୍ତ ।
ନିଜକୁ ଦିଲ୍ଲୀ , ଭୁବନେଶ୍ୱର AIIMS ର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା ।ନକଲି ଡାକ୍ତର ଏସ ପଣ୍ଡା ପୂର୍ବରୁ ଫେବୃଆରୀ 2020 ମସିହା ରେ ତେଲେଙ୍ଗାନା ପୋଲିସ ଗିରଫ କରି ଜେଲ କୁ ପଠାଇଥିଲ ।
ନିଜକୁ WHO ର ସଦସ୍ୟ କହିଥିବା ବେଳେ ଏବଂ ଡାକ୍ତର ସମ୍ମିଳନୀ କୁ ଯାଇ ନିଜକୁ ଡାକ୍ତର କହି ବେଳେ ଗିରଫ ହୋଇଥିଲେ । ପୋଲିସ ର ସୂଚନା ଅନୁସାରେ ଯୁକ୍ତ ଦୁଇ ପାଠ ପଢି ଡାକ୍ତର ମାନଙ୍କ ନିକଟରେ ଟ୍ରେନି ପରେ ନିଜେ ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟ ମାନଙ୍କୁ ଧରି କରୁଥିଲେ ଚିକିତ୍ସା ।
ଗୋଟିଏ ରୋଗୀ କୁ ଦେଖିବା ପାଇଁ ନେଉଥିଲେ 300 ଟଙ୍କାର ଫିସ । ତେବେ ଡାକ୍ତର ମାତ୍ର 24 ଦିନ ତଳେ ବିବାହ କରିଥିବା ସୂଚନା ମିଳିଛି । ପତ୍ନୀ ଦିଗପହଣ୍ଡି ଥାନା କୁ ଆସିବା ପରେ ଜାଣିଛନ୍ତି ପକୃତ ସତ । ଅନ୍ୟପଟେ ସି ଏମ ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି ସେ କ୍ଲିନିକ୍ ର କାଗଜ ପତ୍ର ତଥ୍ୟ ସବୁ ସି ଡି ଏମ୍ ଓ ଙ୍କ ପାଖରେ ରହିଛି । ଆଗାମୀ ଦିନରେ ଆମେ ସେ ସବୁକୁ ଯାଞ୍ଚ କରିବୁ ।

