ଦବିଲା ବ୍ରିଜ, ବଡ ବିପଦରୁ ବର୍ତ୍ତିଲେ ଲୋକ ।ଯାଜପୁର ୧୬ ନମ୍ବର NH ରସୁଲପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଏକ ପୁରୁଣା ପୋଲ ଦବି ଯାଇଛି । ପ୍ରାୟ ୮ ଫୁଟ ତଳକୁ ଦବି ଯାଇଛି ଏହି ପୋଲ । ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି । ରାସ୍ତାରେ କୌଣସି ଗାଡି ଯାଉନଥିବାରୁ କାହାର କିଛି କ୍ଷତି ହୋଇନାହିଁ । ଘଟଣାସ୍ଥଳରେ ଜାତୀୟ ରାଜପଥ ଅଧିକାରୀ ପହଞ୍ଚି ଯାଞ୍ଚ କରିଛନ୍ତି । ଗତ ୨୦୦୮ ମସିହାରେ ଏହି ପୋଲ ନିର୍ମାଣ କରାଯାଇଥିବା ବେଳେ, ଗେମନ୍ ଇଣ୍ଡିଆ ନାମକ ଠିକା ସଂସ୍ଥା ଏହାକୁ ନିର୍ମାଣ କରିଥିଲା। ଏକ୍ସପର୍ଟ ଟିମ୍ ଆସିବା ପରେ ଏହାର ଅଧିକ ଯାଞ୍ଚ ହେବ ବୋଲି NHAI ଚଣ୍ଡିଖୋଲ ଡିଭିଜନର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି

