୪୨ କୋଟି ଟଙ୍କାର ଲାଭାଂଶ ଦେଲା ଓପିଟିସିଏଲ୍

୪୨କୋଟି ଟଙ୍କାର ଲାଭାଂଶ ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ଼ (ଓପିଟିସିଏଲ୍) ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି।

ଏପରିକି ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ୪୨ କୋଟି ଟଙ୍କାର ଲାଭାଂଶ ରାଶି ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓପିଟିସିଏଲ ଦ୍ୱାରା ୬୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ୮ଟି ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ଼୍ ସବଷ୍ଟେଶନକୁ ବୁଧବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ନିଗମର ଅଧ୍ୟକ୍ଷ ସଞ୍ଜୟ ମିଶ୍ର ନିଗମର ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ମଧ୍ୟ ଆମେ ସରକାରଙ୍କୁ ଆବଶ୍ୟକ ସହଯୋଗ ଯୋଗାଇବା ସହ କର୍ମ କ୍ଷେତ୍ରରେ ଏଭଳି ଉତ୍ସର୍ଗୀକୃତ ମନୋଭାବ ରଖିବା ପାଇଁ ମତପ୍ରକାଶ କରିଥିଲେ ା

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!