ୟୁଟିଆଇ ବାଲାନ୍ସଡ୍ ଆଡ୍ଭାଟେଞ୍ଜ ଫଣ୍ଡ୍ ଉନ୍ମୋଚିତ

ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ୍ର ନୂତନ ଉତ୍ପାଦ ‘ୟୁଟିଆଇ ବାଲାନ୍ସଡ୍ ଆଡ୍ଭାଟେଞ୍ଜ ଫଣ୍ଡ୍’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ୟୁଟିଆଇ ଏଏମ୍ସିର ଇକ୍ୱିଟି ମୁଖ୍ୟ ଅଜୟ ତ୍ୟାଗୀ କହିଛନ୍ତି, ନିବେଶକମାନେ ସାଧାରଣତଃ ମୂଲ୍ୟାୟନ ବଦଳରେ ଭାବାବେଗ ଆଧାରରେ ନିବେଶ ନିଷ୍ପତ୍ତି ଗ୍ରହଣ କରିଥାନ୍ତି, ଫଳରେ ରିଟର୍ନ ସହ ସାଲିସ କରିବାକୁ ହୋଇଥାଏ।

ଏପରିକି ମୂଲ୍ୟାୟନ ଆଧାରରେ ପ୍ରସ୍ତୁତ ସମ୍ପତ୍ତି ଆବଣ୍ଟନ ରଣନୀତି ଓ ଇକ୍ୱିଟି ଓ ଫିକ୍ସଡ୍ ଆୟର ଚମତ୍କାର ସନ୍ତୁଳନ ନିବେଶକମାନଙ୍କୁ ସେମାନଙ୍କ ମନସ୍ତାତ୍ତ୍ୱିକ କଟକଣା ଅତିକ୍ରମ କରିବାରେ ସହାୟକ ହୋଇଥାଏ। ନିବେଶକମାନଙ୍କୁ ସମ୍ପତ୍ତି ଆବଣ୍ଟନ ସମାଧାନ ପ୍ରଦାନ କରିବା ଲକ୍ଷ୍ୟ ନେଇ ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ୨୦୨୩ ଜୁଲାଇ ୨୧ରେ ୟୁଟିଆଇ ବାଲାନ୍ସଡ୍ ଆଡ୍ଭାଣ୍ଟେଜ୍ ଫଣ୍ଡ୍ର ଶୁଭାରମ୍ଭ କରାଯିବ।

ଏହା ହେଉଛି ଏକ ମଡେଲ୍ ଦ୍ୱାରା ପ୍ରେରିତ ସମ୍ପତ୍ତି ଆବଣ୍ଟନ ରଣନୀତି ଯାହା ଇକ୍ୱିଟି ଓ ଫିକ୍ସଡ୍ ଆୟ ଭିତରେ ସମ୍ପତ୍ତିକୁ ଚମତ୍କାର ଢଙ୍ଗରେ ପରିଚାଳନା କରିବ।

ଏହି ଫଣ୍ଡ୍କୁ ଇକ୍ୱିଟିରେ ସଚ୍ଚିନ ତ୍ରିବେଦୀ ଓ ଫିକ୍ସଡ୍ ଆୟରେ ଅନୁରାଗ ମତ୍ତଲ ପରିଚାଳନା କରିବେ।

ୟୁଟିଆଇ ଏଏମ୍ସିର ଇକ୍ୱିଟି ମୁଖ୍ୟ ଅଜୟ ତ୍ୟାଗୀ, ଆଞ୍ଚଳିକ ମୁଖ୍ୟ ଓଡ଼ିଶା ଉଜ୍ଜ୍ୱଳ ଚକ୍ରବର୍ତ୍ତୀ ଏବଂ ଚିଫ ମ୍ୟାନେଜର ଭୁବନେଶ୍ୱର ଲିଙ୍ଗରାଜ ମହାନ୍ତି ଯୋଗ ଦେଇ ବିସ୍ତୃତ ଆଲୋଚନା ଓ ଫଣ୍ଡର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!