ମଣିପୁର ଭାଇରାଲ ଭିଡିଓକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ

ମଣିପୁରରେ ଥମୁନି ହିଂସା । ଏଭଳି ସମୟରେ ମଣିପୁରରୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଖବର । ମଣିପୁରର କୁକୀ ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଚଲାଇ ଚଲାଇ ନେଲେ ଲୋକେ । ଏହାସହ ମହିଳାଙ୍କ ସହ ଦୁର୍ବବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ମଣିପୁରର କାଙ୍ଗପୋକି ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାରେ ରାଜ୍ୟ ବିଜେପି ନେତା ଏବଂ ସରକାରର କୌଣସି ମନ୍ତ୍ରୀଙ୍କର ମଧ୍ୟ ବୟାନ ଏପର୍ଯ୍ୟନ୍ତ ଆସିନାହିଁ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!