ପଦ୍ମ କ୍ୟାମ୍ପ୍‌ରେ ରଘୁବର ଦାସ

ଆଜି ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରାଞ୍ଚି ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ଦ୍ୱିତୀୟ ଥର ପାଇଁ ପଦ୍ମ କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବାପରେ ସେ ଉପସ୍ଥିତ ନେତା ଓ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି, “ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ମୁଁ ପୁରୁଣା ଭୂମିକାକୁ ଫେରୁଛି ।

ରାଜ୍ୟପାଳ ପଦବୀରେ ରହିବା ଏକ ଗାରିମାର କଥା, କିନ୍ତୁ ଦଳର ଦାସ ହୋଇ ରହିବା ଗର୍ବର କଥା ।” ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରୁ ଶିକ୍ଷା ନେବାକୁ ବିଜେପି କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି ।

ସେ କହିଛନ୍ତି ଯେ, ୨୦୨୫ରୁ ନୂଆ ଉର୍ଜ୍ଜା ଓ ନୂଆ ଲକ୍ଷ୍ୟ ନେଇ ଆମେ କାମ କରିବା । ଲୋକଙ୍କ ହିତ ସାଧନ ପାଇଁ ସଙ୍ଘର୍ଷ କରିବାକୁ ସେ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ସବୁଠାରୁ ରୋଚକ କଥା ହେଉଛି ୧୯୮୦ ମସିହାରେ ସେ ଆଜିର ଦିନରେ ହିଁ ବିଜେପିରେ ସାମିଲ ହୋଇଥିଲେ । ୨୦୨୩ ଅକ୍ଟୋବର ମାସରେ ରାଜ୍ୟପାଳ ଭାର ମିଳିବା ପରେ ବିଜେପିରୁ ଇସ୍ତଫା ଦେଇଥିଲେ ।

Post Views48 Total Count

Apply Now


This will close in 0 seconds

error: Content is protected !!