ମାଷ୍ଟରମାଇଣ୍ଡ୍‌ ଲିପିକା ନାୟକଙ୍କୁ ବାନ୍ଧିଲା ପୋଲିସ

ବ୍ରାଉନଗୁଗାର ବିକ୍ରି ଏବଂ ରସୁଲଗଡ଼ ବ୍ରିଜ୍‌ ଉପରେ ସହଦେବ ନାୟକଙ୍କୁ ହତ୍ୟା କରିବା ଘଟଣାର ମାଷ୍ଟରମାଇଣ୍ଡ୍‌ ଲିପିକା ନାୟକଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ବାନ୍ଧିଛି। ସ୍ବାମୀ ଲକ୍ଷ୍ମୀଧର ନାୟକଙ୍କ ସହ ମିଶି ସେ ଏହି ଅପରାଧ ଘଟାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ହତ୍ୟା ଘଟଣାରେ ୫ ଜଣଙ୍କୁ ପୋଲିସ ବାନ୍ଧି ସାରିଛି। ଜଣେ ଫେରାର ଅଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ ରୋଡ୍ରେ ବୁଧବାର ସକାଳୁ କେଦାରପଲ୍ଲୀ ଅଞ୍ଚଳର ସହଦେବ ନାୟକ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଥିଲେ।

ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡ କାଟି ଦେଇଥିବାବେଳେ ବେକ ଓ ଗୋଡ଼ ମଧ୍ୟ ଆଘାତ ଲାଗିଥିଲା। ତାଙ୍କ ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ମୃତଦେହ ନିକଟରେ ଏକ ସ୍କୁଟି ପଡ଼ିଥିଲା।

Post Views49 Total Count

Apply Now


This will close in 0 seconds

error: Content is protected !!