ଆଜି ପୁଣି ୩ ଟି ସ୍ଲୁଇସ୍ ଗେଟ ଖୋଲାଯାଇଛି । ଡ୍ୟାମର ଜଳସ୍ତର ୬୧୪.୪୩ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢି ଚାଲିଥିବାବେଳେ ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ତେବେ ବାମ ପାର୍ଶ୍ବର ୫ଟି ଏବଂ ଡାହାଣ ପାର୍ଶ୍ବର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସେପଟେ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯ ହଜାର ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୮ ଟି ଗେଟ ମାଧ୍ୟମରେ ୧ ଲକ୍ଷ ୬୨ ହଜାର ୭୩୮ ଘନଫୁଟ ଜଳ ନିଷ୍କାସନ କରାଯାଉଛି ।

