ଦେଶର ୧୮ଟି କୋଇଲା ଖଣିର ନିଲାମ,ଓଡ଼ିଶା ପାଇଲା ୧୯୯.୮୧ କୋଟି

ଦେଶର ୧୮ଟି କୋଇଲା ଖଣିର ବାଣିଜ୍ୟିକ ନିଲାମରୁ ମିଳିଥିବା ରାଶିରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କା ଓଡ଼ିଶା ସମେତ ଛଅଟି ରାଜ୍ୟକୁ ପ୍ରଦାନ କରିଛନ୍ତି।

ଓଡ଼ିଶାକୁ ୧୯୯.୮୧ କୋଟି ଟଙ୍କା ଦିଆଯାଇଛି। ଏହି ରାଶି ମିଳିବା ପରେ ରାଜ୍ୟଗୁଡ଼ିକର ବିକାଶ ତ୍ବରାନ୍ବିତ ହୋଇପାରିବ। ସେମାନେ ସେହି ରାଶିକୁ ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ସେବା ଓ ଅନ୍ୟାନ୍ୟ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରିପାରିବେ।

କୋଇଲା ଖଣି ନିଲାମରୁ ମିଳିଥିବା ରାଶିକୁ କେନ୍ଦ୍ର ସରକାର ଆଜି ଛତିଶଗଡ଼, ଛାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଓ ପଶ୍ଚିମବଙ୍ଗକୁ ପ୍ରଦାନ କରିଛନ୍ତି। ଆଗାମୀ ତିନିଟି କିସ୍ତିକୁ କଂପାନିଗୁଡ଼ିକ ସିଧାସଳଖ ରାଜ୍ୟଙ୍କୁ ପ୍ରଦାନ କରିବେ। କୋଇଲା ଖଣି ବିକାଶ ଓ ଉତ୍ପାଦନ ବୁଝାମଣା (ସିଏମ୍‌ଡିପିଏ)ରେ ସଂସ୍କାର ଅଣାଯିବା ପରେ ଧାର୍ଯ୍ୟ ହୋଇଛି ଯେ ଖଣି ନିଲାମ ହେବା ପରେ ବିଡର୍‌ ସଂସ୍ଥା ପ୍ରଥମ କିସ୍ତି କେନ୍ଦ୍ର କୋଇଲା ମନ୍ତ୍ରଣାଳୟରେ ଜମା କରିବେ ଏବଂ ଅବଶିଷ୍ଟ ତିନିଟି କିସ୍ତି ରାଜ୍ୟମାନଙ୍କୁ ସିଧାସଳଖ ଦେବେ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!