ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟ (ଆର୍ସିଏମ୍)ରେ ଏଚ୍ଆର୍ କନ୍କ୍ଳେଭ୍ ଆୟୋଜିତ ହୋଇଛି। ଆରସିଏମ୍ ଭୁବନେଶ୍ଵର ଏବଂ ସେଣ୍ଟର ଫର ହ୍ୟୁମାନ ଡେଭଲପମେଣ୍ଟ ଆଣ୍ଡ ନ୍ୟୁରୋ ଲିଙ୍ଗୁଇଷ୍ଟିକ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
ଏଥିରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓଁକାର ରାୟ ମୁଖ୍ୟ ଅତିଥି, ହିଣ୍ଡାଲକୋ ଗ୍ରୁପ ଅଫ ଇଣ୍ଡଷ୍ଟ୍ରି ଆଦିତ୍ୟ ବିର୍ଲା ଗ୍ରୁପ ପରାମର୍ଶଦାତା ବିଭୁ ମିଶ୍ର ପ୍ରମୁଖ ଆଲୋଚକ ଭାବରେ ଉପସ୍ଥିତ ଥିଲେ। ଆରସିଏମ୍ ନିର୍ଦ୍ଦେଶକ ପ୍ରୀତମ ପାଲ, ଆରସିଏମ୍ ଗ୍ଲୋବାଲ ବିଜନେସ୍ ସ୍କୁଲ ନିର୍ଦ୍ଦେଶକ ସଂଘମିତ୍ରା ପାଲ, ସେଣ୍ଟର ଫର ହ୍ୟୁମାନ ଡେଭଲପମେଣ୍ଟ ଆଣ୍ଡ ନ୍ୟୁରୋ ଲିଙ୍ଗୁଇଷ୍ଟିକ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦେଶକ ଡ. ଏକେ ସାହୁ ଏବଂ ଡ. ମଙ୍ଗେସ ଦାସ ପ୍ରମୁଖ ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ।
ଏହି ଅବସରରେ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ଆଲୋଚନାରେ ଟିପିସିଓଡିଏଲର ଏଚଆର୍ ପ୍ରମୁଖ ଶ୍ୟାମ ସୁନ୍ଦର ଚୌଧୁରୀ, ସିଟିଟିସିର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ କର, ଶ୍ରଦ୍ଧା ପାଢ଼ୀ, ତାମିଲନାଡୁସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଡ. ଆଦିତ୍ୟ ପ୍ରସାଦ ଦାସ, ଶ୍ରୀଶ୍ରୀବିଶ୍ଵବିଦ୍ୟାଳୟ କୁଳପତି ବି.ଆର ଶର୍ମା, ଫକୀରମୋହନ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, ସମ୍ବଲପୁର ବିଶ୍ଵବିଦ୍ୟାଳୟ କୁଳପତି ବିଧୁ ଭୂଷଣ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ମଙ୍ଗେସ ଦାସ ଏବଂ ଇତିଶ୍ରୀ ଦେବୀ ଏହାକୁ ସଂଯୋଜନା କରିଥିଲେ।

