ଆକାଶରେ ଚୀନ୍‌ର ଦମ୍‌

ଦମ୍‌ ଦେଖାଉଛି ଚୀନ୍‌ । ଗତ ୨୪ ଘଣ୍ଟାରେ ତାଇଓ୍ବାନ ଆକାଶ ସୀମାରେ ପ୍ରବେଶ କରିଛି ଚୀନର ୪୦ଟି ବାୟୁସେନା ବିମାନ । ଏୟାର ଡିଫେନ୍ସ ଜୋନରେ ଏହି ବିମାନ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ । ଦକ୍ଷିଣ ତାଇଓ୍ବାନର ବାସି ଚାନେଲରେ ଏହି ବିମାନ ପ୍ରବେଶ କରିଥିଲେ । ଏପରିକି ଦ୍ବୀପଦେଶର ଉତ୍ତରପଶ୍ଚିମ ଅଞ୍ଚଳସ୍ଥିତ ମେଡିଆନ ଲାଇନକୁ ୪ଟି ବିମାନ ଅତିକ୍ରମ କରିଥିବା କହିଛି ତାଇଓ୍ବାନ । ଦୀର୍ଘ ଦିନ ଧରି ଚୀନ ତାଇଓ୍ବାନକୁ ନିଜ ଅଞ୍ଚଳ ବୋଲି ଦାବି କରୁଥିବାବେଳେ ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବିବାଦ ଦେଖାଦେଇଛି ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!