ଲିବ୍ୟାରେ ହାକାକାର୍ । ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୮ ହଜାରରୁ ହେବାର ସମ୍ଭାବନା । ବନ୍ୟାରେ ଡେରନା ସହର ସମେତ ଅନେକ ଛୋଟବଡ ସହର ଭାସିଯାଇଥିବା ସୂଚନା ମିଳିଛି । ଇଜିପ୍ଟ, ଟ୍ୟୁନିସିଆ, ଇଟାଲି, ସ୍ପେନ ଓ ତୁର୍କୀର ଉଦ୍ଧାରକାରୀ ବାହିନୀ ଉଦ୍ଧାର କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଭୂମଧ୍ଯସାଗରୀୟ ବାତ୍ୟା ଦାନିଏଲର ତାଣ୍ଡବରେ ଏହି ବନ୍ୟା ସୃଷ୍ଟିହୋଇଥିଲା । ୧ ଲକ୍ଷ ୨୫ ହଜାର ଲୋକ ବସବାସ କରୁଥିବା ଡେରନାରେ ଅଧିକାଂଶ ଲୋକ ହୋଇଛନ୍ତି କ୍ଷତିଗ୍ରସ୍ତ । ଡେରନାର ୨୫ ପ୍ରତିଶତ ଅଞ୍ଚଳ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । ଲିବ୍ଯାର ଦ୍ବିତୀୟ ବୃହତ୍ତମ ସହର ବେଙ୍ଘାଜିରେ ବି ତାଣ୍ଡବ ରଚିଛି ବନ୍ୟା । କେବଳ ଏହି ଦୁଇ ସହର ନୁହେଁ, କାର୍ଦିସ୍ତା, ଥାସାଲି ଅଞ୍ଚଳରେ ବି ବାତ୍ୟା ଦାନିଏଲ ଖେଳାଇଛି ତାଣ୍ଡବ ।
Related Posts
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ
ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତୋଶାଖାନା-୨ ମାମଲାରେ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ…
ଜୁଲାଇ ୧୫ରେ ମହାକାଶରୁ ଫେରିବେ ଶୁଭାଂଶୁ
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ୧୪ ଦିନିଆ ମହାକାଶ ମିସନ ଶେଷ ହୋଇଛି । ସେ ଆସନ୍ତା ମଙ୍ଗଳବାରଦିନ ଅର୍ଥାତ୍…
ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ଚୋରି ଅଭିଯୋଗ ଆଣି କଲେ ସଂଘବଦ୍ଧ ଆକ୍ରମଣ। ଭିଡ଼ର ଭୟ ଦେଖି ଯୁବକ…

