ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର । ଏସୀୟ କ୍ରୀଡାରେ ହକିରେ ସ୍ୱର୍ଣ୍ଣ ବିଜୟ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ । ଜାପାନକୁ ହରାଇ ଭାରତୀୟ ଦଳ ଇତିହାସ ରଚିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଛି ।
ଶୁକ୍ରବାର ମ୍ୟାଚରେ ଚମକିଛନ୍ତି ଓଡିଆ ପୁଅ ଅମିତ୍ ରୋହିଦାସ । ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ ହୋଇ ପାରିନଥିଲା । ଦ୍ୱିତୀୟ କ୍ୱାର୍ଟରରେ ମନଦୀପ ସିଂ ୧-୦ ଗୋଲ ଦେଇ ଦଳକୁ ଆଗୁଆ ରଖିଥିଲେ ।
ତୃତୀୟ କ୍ୱାର୍ଟରରେ ଭାରତର ଅଧିନାୟକ ମନଦୀପ ସିଂ ଭାରତ ପକ୍ଷରୁ ଦେଇଥିଲେ ଦ୍ୱିତୀୟ ଗୋଲ୍ । ତୃତୀୟ କ୍ୱାର୍ଟରରେ ଅମିତ ରୋହିଦାସ ୩ନଂ ଗୋଲ ଦେଇଥିବା ବେଳେ ଚତୁର୍ଥ କ୍ୱାର୍ଟରେ ଭାରତ ଦୁଇଟି ଗୋଲ ଦେଇଥିଲା ।

