ଜାଣନ୍ତୁ କେଉଁଠି କେବେ ନିର୍ବାଚନ…

୫ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମ ପାଇଁ ତାରିଖ ହୋଇଛି ଘୋଷଣା । ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ହେବ ଭୋଟ ବାକି ଅନ୍ୟ ୪ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ । ମିଜୋରାମରେ ନଭେମ୍ବର ୭ରେ ଭୋଟ ଗ୍ରହଣ ହେବ । ଛତିଶଗଡ଼ରେ ଆସନ୍ତା ନଭେମ୍ବର ୭ ଓ ୧୭ ତାରିଖରେ ଭୋଟଗ୍ରହଣ ହେବ । ମଧ୍ୟପ୍ରଦେଶରେ ଆସନ୍ତା ନଭେମ୍ବର ୧୭ ତାରିଖରେ ହେବ ଭୋଟ  । ଆସନ୍ତା ନଭେମ୍ବର ୨୩ରେ ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ସେହିପରେ ତେଲଙ୍ଗାନାରେ ଆସନ୍ତା ନଭେମ୍ବର ୩୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ ।  ଆସନ୍ତା ଡିସେମ୍ବର ୩ ତାରିଖରେ ଏହି ସମସ୍ତ ରାଜ୍ୟରେ ହୋଇଥିବା ଭୋଟର ଗଣତି ସହ ଫଳାଫଳ ଘୋଷଣା ହେବ । ପ୍ରେସମିଟ କରି ୫ ରାଜ୍ୟ ଲାଗି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର ।

 

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!