ରାସ୍ତା କଡ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି ଭିକାରୀ

ରାସ୍ତା କଡ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି ଭିକାରୀ । ଏଣିକି ରାସ୍ତା କିମ୍ବା ମନ୍ଦିର କଡରେ ଭିକ ମାଗୁଥିବାର ଦେଖିଲେ ଉଠାଇନେବ ବିଏମସି । ଗତକାଲି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନେଇଛି । ରାଜଧାନୀର ୩ ଜୋନରେ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ବୁଲିବା ସହ ଭିକାରୀଙ୍କ ଉପରେ ନଜର ରଖିବ । ପୂଜା ପୂର୍ବରୁ ଦର୍ଶନାର୍ଥୀ ଯେପରି ଅସୁବିଧାର ସାମ୍ନା ନକରନ୍ତୁ ସେଥିପାଇଁ ଏହି ନିଷ୍ପତ୍ତି ନେଇଛି ବିଏମସି ।

ଭିକାରୀମାନେ ଯିବେ କେଊଁଠାକୁ – ଭିକାରୀମାନଙ୍କୁ ଥଇଥାନ କେନ୍ଦ୍ରରେ ରକାଯିବାକୁ ନିଷ୍ପତ୍ତି ନେଇଛି ବିଏମସି । ବିଏମସି ଅଧୀନରେ ଥିବା ୫ଟି ଭିକାରୀ ଥଇଥାନ କେନ୍ଦ୍ରରେ ଏମାନଙ୍କୁ ରଖାଯିବ। ରଙ୍ଗ ବଜାର,ଅନ୍ଧାରୁଆ, ନିଳାଦ୍ରୀବିହାର, ପିଡବ୍ଲୁଡି କଲୋନୀ ଭଳି ଅଞ୍ଚଳରେ ଭିକାରି ଥଇଥାନ କେନ୍ଦ୍ର ରହିଛି।। ପ୍ରତ୍ୟେକ କେନ୍ଦ୍ରରେ ଶହେ ଲେଖାଏଁ ଭିକାରୀ ରହିବା ବ୍ୟବସ୍ଥା ରହିଛି। କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ ସେମାନଙ୍କୁ ଘରେ ଛାଡି ଦିଆଯାଇଛି।

ତେବେ ଯଦି କୌଣସି ବି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁଣି ଭିକ୍ଷାବୃତ୍ତି ପାଇଁ ପଠାନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!