ଓଡ଼ିଶାରୁ ବିଦାୟ ନେବେ ପ୍ରଫେସର ଗଣେଶୀଲାଲ

ଆଜି ସରୁଛି ରାଜ୍ୟପାଳ  ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ   । ୨୦୧୮ ମେ ୨୫ରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ପ୍ରଫେସର ଗଣେଶୀ ଲାଲ୍  । ସେପଟେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ । ୩୦ ତାରିଖ ଦିନ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ୩୧ ତାରିଖରେ ନୂଆ ରାଜ୍ୟାପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ । ତେବେ ବିଦାୟ ପୂର୍ବରୁ ପ୍ରଫେସର ଗଣେଶୀ ଲାଲଙ୍କୁ ଗତକାଲି ରାଜଭବନରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!