ସରିଛି ଢେଙ୍କାନାଳର ମା ଗଜଲକ୍ଷ୍ମୀଙ୍କ ପୂଜା । ଆଜି ମାଙ୍କୁ ଦିଆଯାଉଛି ବିଦାୟ । ଚଳିତ ବର୍ଷ ଢେଙ୍କାନାଳରେ ଧୂମଧାମରେ ପାଳନ କରାଯାଉଛି ଭସାଣ ଉତ୍ସବ । ଭସାଣିରେ ପାଖାପାଖି 21 ଟି ମେଢ଼ ଭସାଣି ଉତ୍ସବରେ ଭାଗ ନେଇଛନ୍ତି ।ଚଳିତ ବର୍ଷ ଡିଜେକୁ ବ୍ୟାନ କରାଯିବା ସହ ଅତ୍ୟଧିକ ଶବ୍ଦ କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଚଳିତବର୍ଷ ପାରମ୍ପରିକ ନୃତ୍ୟକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଶୃଙ୍ଖଳିତ ଭସାଣି କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

