ଗିଲ୍‌‌ ଏକ ନମ୍ବର ବ୍ୟାଟର୍‌, ସିରାଜ ଏକ ନମ୍ବର ବୋଲର

ଳିତ ବିଶ୍ବକପ୍‌ରେ ଭାରତ ଦମ୍‌ଦାର ଫର୍ମରେ ରହିଛି। ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ନିଜର ସମସ୍ତ ମ୍ୟାଚ୍ ଜିତିବା ସହ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି। ଦଳର ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି । ଲଗାତାର ଆଠଟି ମ୍ୟାଚ୍ ଜିତିବା ସହ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଭାରତକୁ ଚଳିତ ବିଶ୍ବକପ୍‌ରେ  ଆଏ ଗୋଟିଏ ଲିଗ୍‌ ମ୍ୟାଚ୍‌ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ରହିଛି। ତେବେ ଭାରତକୁ ମିଳିଛି ଆଉ ଏକ ବଡ଼ ଖୁସି ଖବର । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆର ଦୁଇ ଖେଳାଳି ବର୍ତ୍ତମାନ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।

ଦୀର୍ଘ ଦିନ ଧରି ODI ରେ ଏକ ନମ୍ବର ବ୍ୟାଟର ରହିଆସିଥିବା ପାକିସ୍ତାନର ବାବର ଆଜାମଙ୍କୁ ପଛରେ ପକାଇ କରି ଭାରତର ଶୁଭମାନ ଗିଲ ବିଶ୍ବର ଏକ ନମ୍ବର ହୋଇଛନ୍ତି। ଶୁଭମାନ ପ୍ରଥମ ଥର ପାଇଁ ODI ରେ ଏକ ନମ୍ବର ମାନ୍ୟତା ହାସଲ କରିଛନ୍ତି। ବର୍ତ୍ତମାନ ଶୁଭମାନ ଗିଲଙ୍କର ୮୩୦ ପଏଣ୍ଟ ରହିଥିବା ବେଳେ ବାବରଙ୍କର ୮୨୪ ପଏଣ୍ଟ ରହିଛି। ଏଥି ସହିତ ଭାରତର ମହମ୍ମଦ ସିରାଜ ପୁଣି ଥରେ ODI ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସିରାଜ ଏସିଆ କପ୍‌ ପରଠୁ ବିଶ୍ବର ଏକ ନମ୍ବର ବୋଲର ରହିଛନ୍ତି। ବର୍ତ୍ତମାନ ସିରାଜଙ୍କର ୭୦୯ ପଏଣ୍ଟ ରହିଥିବା ବେଳେ ଦ୍ବିତୀୟରେ ଦକ୍ଷିଣ ଆଫ୍ରିକାର କେଶବ ମହାରାଜଙ୍କର ୬୯୪ ପଏଣ୍ଟ ରହିଛି।ଗିଲଙ୍କ ବ୍ୟତୀତ ବିରାଟ କୋହଲିଙ୍କ ର଼୍ୟାଙ୍କିଙ୍ଗରେ ମଧ୍ୟ ଉନ୍ନତି ଆସିଛି। ବିରାଟ ତିନୋଟି ସ୍ଥାନକୁ ଡେଇଁ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। କୋହଲିଙ୍କ ରେଟିଂ ପଏଣ୍ଟ ୭୭୦ ରହିଥିବା ବେଳେ ତୃତୀୟରେ ଥିବା କ୍ୱିଣ୍ଟନ୍ ଡି କକ୍‌ଙ୍କର ୭୭୧ ପଏଣ୍ଟ ରହିଛି। ବିରାଟ ଏପର୍ଯ୍ୟନ୍ତ ଏହି ବିଶ୍ୱକପରେ ୫୪୩ ରନ୍ ସଂଗ୍ରହ କରିଛନ୍ତି। ଅନ୍ୟପଟେ ODI ବ୍ୟାଟ୍ସମ୍ୟାନ୍ ତାଲିକାରେ ୧୮ ତମ ସ୍ଥାନରେ ପହଞ୍ଚିଛନ୍ତି ଶ୍ରେୟାସ ଆୟର।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!