ଭୁବନେଶ୍ବରରେ ଖୋଲିବ ବିଶ୍ୱସ୍ତରୀୟ ଫିଫା ଏକାଡେମୀ । ଆଜି ଏହାର ଉଦଘାଟନ କରାଯିବ । ଏହି ଅବସରରେ ଉପସ୍ଥିତ ରହିବେ ଫିଫାର ଗ୍ଲୋବାଲ ଫୁଟବଲ୍ ଡେଭଲପମେଣ୍ଟ ମୁଖ୍ୟ ଆର୍ସେନ ଓ୍ବିଙ୍ଗର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଭୁବନେଶ୍ବରରେ ଏହି ଏକାଡେମୀକୁ ନେଇ ଓଡ଼ିଶା ବେଶ ଉତ୍ସାହିତ । ଓଡ଼ିଶା AIFF ସହବନ୍ଧିତ ହୋଇ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଫିଫା ପ୍ରତିଭା ବିକାଶ ଯୋଜନାରେ ଏହା କାମ କରିବ । ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ ପ୍ରତିଷ୍ଠା ଦ୍ବାରା ଭାରତରେ ଫୁଟବଲ ପ୍ରତି ଆଗ୍ରହ ରଖୁଥିବା ଖେଳାଳିମାନଙ୍କୁ ସୁଯୋଗ ମିଳିବ ।
Related Posts
ଇତିହାସ ରଚିଲେ ସ୍ମୃତି ମନ୍ଧାନା
ଅଷ୍ଟ୍ରେଲିଆ ବିପକ୍ଷରେ ସ୍ମୃତି ମନ୍ଧାନା ନିଜର ଓ୍ବାନଡେ କ୍ୟାରିୟରର ୧୨ତମ ଶତକ ଯୋଡ଼ିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଓ୍ବାନଡେ…
ମୁମ୍ବାଇ ଫ୍ରାଞ୍ଚାଇଜ୍ର ମାଲିକାଣୀ ହେଲେ ସାରା ତେନ୍ଦୁଲକର
ଡିଜିଟାଲ୍ ମନୋରଞ୍ଜନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରୀୟ କମ୍ପାନି ଜେଟ୍ ସିନ୍ଥେସିସ୍ ଏକ ବଡ଼ ଘୋଷଣା କରିଛି। ମାଷ୍ଟର ବ୍ଲାଷ୍ଟର…
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଚାମ୍ପିୟନ
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ମଙ୍ଗଳବାର ଇତିହାସ ସୃଷ୍ଟି କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗସକୁ ୬…

