ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଓ ଇଣ୍ଡିଆନ୍ ବ୍ୟାଙ୍କସ ଆସୋସିଏସନ ପକ୍ଷରୁ ମିଳିତ ଭାବେ ମୁମ୍ବାଇଠାରେ ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମ ଏଫ୍ଆଇବିଏସି-୨୦୨୩ରେ ଫିକିର ସଭାପତି ତଥା ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ଼ (ଇମ୍ଫା) ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଉଦ୍ବୋଧନ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷ ଦିନେଶ ଖାରା, ଆକ୍ସିସ୍ ବ୍ୟାଙ୍କ୍ର ଏମ୍ଡି ଅମିତାଭ ଚୌଧୁରୀ ଉପସ୍ଥିତ ଥିଲେ।
ଶ୍ରୀ ପଣ୍ଡା କହିଛନ୍ତି ଯେ ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର କ୍ରମାଗତ ବିକାଶରେ ରିଜର୍ଭ ବ୍ୟାଙ୍କରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାର ସୁଚିନ୍ତିତ ପଦକ୍ଷେପ ଯୋଗୁଁ ବ୍ୟାଙ୍କ୍ଗୁଡ଼ିକ ସୁଦୃଢ ହେବା ସହିତ ଭାରତର ଦ୍ରୁତ ଅର୍ଥନୈତିକ ବିକାଶରେ ସହାୟତା କରିବାକୁ ସକ୍ଷମ ହୋଇପାରିଛନ୍ତି।

