ଅଞ୍ଜୁଙ୍କ ସାକ୍ଷାତ ପାଇଁ ପିଲା ଅମଙ୍ଗ

ନିଜ ଫେସ୍ବୁକ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିବାକୁ ନିଜ ପୁଅ, ଝିଅଙ୍କୁ ଛାଡ଼ି ଗତ ଜୁଲାଇରେ ପାକିସ୍ତାନ ଚାଲି ଯାଇଥିଲେ ଅଞ୍ଜୁ। ସେଠାରେ ସେ ଇସଲାମ ଧର୍ମ ଗ୍ରହଣ କରି ଫାତିମା ନାମରେ ପରିଚିତ ହୋଇଥିଲେ। ଏହାପରେ ସେ ନସରୁଲ୍ଲାଙ୍କୁ ବିବାହ କରିଥିଲେ।
ନିଜ ପିଲାଙ୍କୁ ସାକ୍ଷାତ କରିବାକୁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ଅଞ୍ଜୁଙ୍କୁ ନେଇ ଦେଖାଦେଇଛି ସସ୍ପେନ୍ସ। ନୂଆ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଆଉ ଅଞ୍ଜୁଙ୍କ ପତ୍ତା ମିଳୁନି। ସେ ନିଜ ପିଲାମାନଙ୍କ ନିକଟକୁ ଯାଇ ନ ଥିବା ବେଳେ ନିଜ ବାପ ଘରକୁ ବି ଯାଇ ନାହାନ୍ତି। ତେଣୁ ସେ ଏବେ କେଉଁଠି ଓ କିପରି ଅଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅପରପକ୍ଷେ, ପିଲାମାନେ ନିଜ ମା’ଙ୍କୁ ସାକ୍ଷାତ କରିବାକୁ ମନା କରି ଦେଇଛନ୍ତି।
ଭାରତରେ ଥିବା ନିଜ ପିଲାଙ୍କୁ ଖୁବ୍ ମିସ କରି ପୁଣି ଥରେ ଫେରିଥିବା ଅଞ୍ଜୁଙ୍କୁ ସାକ୍ଷାତ କରିବାକୁ ତାଙ୍କ ପିଲାମାନେ କିନ୍ତୁ ମନା କରି ଦେଇଛନ୍ତି। ସେମାନେ ରାଜସ୍ଥାନର ଭିୱାଡ଼ା ଅଞ୍ଚଳରେ ନିଜ ପିତାଙ୍କ ସହ ରହୁଥିବା ବେଳେ ସେଠାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।
ଏପରିକି ବିନା ଅନୁମତିରେ ସୋସାଇଟି ଭିତରକୁ କାହାକୁ ଛଡ଼ା ଯାଉନି। ଏପରିକି ଅଞ୍ଜୁଙ୍କ ସ୍ୱାମୀ ଅରବିନ୍ଦଙ୍କ ଫ୍ଲାଟକୁ ଯିବାକୁ କାହାକୁ ଅନୁମତି ମିଳୁନି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!