ମର୍ଦ୍ଦାନି-୩ରେ ରାନୀ ମୁଖାର୍ଜୀ।ତାଙ୍କର ନୂଆ ମୁଭିକୁ ନେଇ ସବୁଠି ଚର୍ଚ୍ଚା । ଏହି ସିନେମା ସୁଟିଂ ୨୦୨୪ରେ ଆରମ୍ଭ କରିବେ। ତେବେ ସିନେମାର କାହାଣୀ ଉପରେ ତାଙ୍କ କାମ ନିର୍ଭର କରେ ବୋଲି ସେ କହିଥିଲେ। କାରଣ କାହାଣୀ ଭଲ ଥିଲେ ହିଁ ଏଥିରେ ଅଭିନୟ କରିବେ ବୋଲି ପୂର୍ବରୁ ସେ କହିଥିଲେ। ତେଣୁ ଏବେ ସିନେମାର କାହାଣୀ ତାଙ୍କୁ ଭଲ ଲାଗିଥିବା କୁହାଯାଉଛି। ଯେଉଁଥିପାଇଁ ସେ ସିନେମାରେ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଅନ୍ୟପଟେ ‘ମର୍ଦ୍ଦାନି’ ଏବଂ ‘ମର୍ଦ୍ଦାନି-୨’ରେ ରାଣୀଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ସେଥିପାଇଁ ‘ମର୍ଦ୍ଦାନି-୩’ରେ ମଧ୍ୟ ରାଣୀ ଆକ୍ସନ ମାଧ୍ୟମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବେ ବୋଲି ଆଶା କରାଯାଉଛି।

