ମେକ୍ ଇନ୍ ଓଡ଼ିଶାର ପ୍ରତିଟି ସଂସ୍କରଣରେ ଆସୁଥିବା ନିବେଶ ପ୍ରସ୍ତାବ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସଫଳତା ପଛର କାରଣ ହେଉଛି ଓଡ଼ିଶାରେ ସୁଲଭ ମୂଲ୍ୟରେ ଓ ଅନୁକୂଳ ପରିବେଶରେ ବ୍ୟବସାୟ କରିବା ଲାଗି ଶାନ୍ତିପୂର୍ଣ୍ଣ ବାତାବରଣ ଓଡ଼ିଶା ପାଖରେ ଏଭଳି ବହୁ ସୁବିଧା ରହିଛି ଯାହା ଶିଳ୍ପ ସଂସ୍ଥାଗୁଡ଼ିକୁ ଆକୃଷ୍ଟ କରୁଛି। ଭଲ ନୀତି ଓ ପ୍ରୋତ୍ସାହନ, ଶାନ୍ତିପୂର୍ଣ୍ଣ ପରିବେଶ ଓ ସୁବିଧାସୁଯୋଗ ପାଇଁ ଆମେ ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ସହ ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରହିଛୁ। ତାହାର ଫଳ ମଧ୍ୟ ଦେଖିବାକୁ ମିଳୁଛି। ଶିଳ୍ପସଂସ୍ଥାମାନଙ୍କ ସୁବିଧା ଲାଗି ରାଜ୍ୟର ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ସରକାର ଜମିର ବ୍ୟବସ୍ଥା ବିକାଶ କରିଛନ୍ତି। ଆମ ରାଜ୍ୟରେ ବିସ୍ତୃତ ବେଳାଭୂମି ଥିବା ବେଳେ ପାରାଦୀପ, ଗୋପାଳପୁର, ଧାମରା ବନ୍ଦର ରହିଛି ଏବଂ ସୁବର୍ଣ୍ଣରେଖା ବନ୍ଦରର ବିକାଶ ହେଉଛି। ତେଣୁ ବନ୍ଦରଭିତ୍ତିକ ଶିଳ୍ପାୟନ ଲାଗି ନିକଟବର୍ତ୍ତୀ ଅଞ୍ଚଳରେ ଜମିର ବ୍ୟବସ୍ଥା କରାଯାଇଛି। ଲଜିଷ୍ଟିକ୍ସ ନେଟ୍ୱର୍କ ଉପରେ ବି ଗୁରୁତ୍ବ ଦିଆଯାଉଛି। ଯେଉଁ ସଂସ୍ଥା ଆମଦାନି ଓ ରପ୍ତାନି ବ୍ୟବସାୟ ପ୍ରତି ଆଗ୍ରହୀ ସେମାନେ ସେଠାରେ ଶିଳ୍ପ ସ୍ଥାପନ କରିପାରିବେ।
Related Posts
ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ
ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସିଏସ ତଥା ବରିଷ୍ଠ ଆଇଏଏସ ଅଫିସର ଅସିତ୍…
୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ତହସିଲର
ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ…
ଆଇଆଇସି ବିୟୁଟି ମହାନ୍ତିଙ୍କ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ
ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ରହସ୍ୟ ଖୋଲିବ ପୋଷ୍ଟମୋର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ…

