ଢେଙ୍କାନାଳ ଯୋରନ୍ଦା ମହିମା ଗାଦିର ହେବ ନବକଳେବର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିବେ । ମହିମା ସାଧୁଙ୍କ ସହ ପ୍ରାୟ ୪୦ ହଜାର ଲୋକ ଏକତ୍ର ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମହିମା ଗାଦିରେ ଉପାସନା ପୀଠ ଓ ବତି ମଣ୍ଡପ ସହ ଶୂନ୍ୟ ମଣ୍ଡପ ଓ ମହିମା ଗାଦିର ଚତୁପାର୍ଶ୍ବ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଫଳରେ ପୂରଣ ହେବ ସାଧୁସନ୍ଥଙ୍କର ୩୫୦ ହାତ ମନ୍ଦିର ପରିସରର ସ୍ବପ୍ନ । ମହିମା ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ କାମ ହେବ । ସାଧୁସନ୍ଥ, ଭକ୍ତ ଓ ଅତିଥିଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ କରାଯିବ। ମେ ୨୯ରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋରନ୍ଦା ଗସ୍ତ କରି ପୀଠର ଉନ୍ନତି ପାଇଁ ସାଧୁମାନଙ୍କ ସହ ଆଲୋଚନା କରିଥିଲେ l ପରେ ୧୧୨କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କରିଥିଲେ ।
Related Posts
ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି
ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି | ଏହାପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ | ରଘୁବର ଦାସଙ୍କ…
ଶପଥ ଗ୍ରହଣ ଉତ୍ସବରେ ରାଜଧାନୀରେ ଟ୍ରାଫିକ କଟକଣା
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ୱର ଆସୁଛନ୍ତି ଆଜି ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ କମିସନରେଟ୍…
ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ଜିଲ୍ଲପାଳମାନଙ୍କୁ ଚିଠି
ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ,…

