ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ହିଟ୍ ଯୋଡି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା।ଏମାନଙ୍କର ଅନେକ ଦିନ ଡେଟ୍ କରୁଥିବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ଏଯାବତ୍ ସେମାନେ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲି କିଛି କହିନାହାନ୍ତି। କିଛିଦିନ ପୂର୍ବରୁ ଉଭୟ ନୂଆବର୍ଷ ଏକାଠି ପାଳିବା କଥା ମଧ୍ୟ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା। ଏବେ ଏହି ପ୍ରେମୀ ଯୁଗଳଙ୍କର ବହୁତ ଜଲ୍ଦି ନିର୍ବନ୍ଧ ହେବ ବୋଲି କୁହାଯାଉଛି।
ଫେବୃଆରୀ ମାସରେ ସେମାନଙ୍କର ଏନଗେଜ୍ମଣ୍ଟ ହେବା ନେଇ ଶୁଣିବାକୁ ମିଳୁଛି । ଗୀତା ଗୋବିନ୍ଦମ୍’ ସୁଟିଂ ସେଟ୍ରେ ପ୍ରଥମେ ବିଜୟ ଓ ରଶ୍ମିକାଙ୍କର ଦେଖାସାକ୍ଷାତ ହୋଇଥିଲା। ଏହିଠାରୁ ହିଁ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା। ଏହି ଫିଲ୍ମ ସେତେବେଳେ ସୁପର୍ହିଟ୍ ହୋଇଥିଲା। ବିଜୟଙ୍କ କାମ କଥା କହିବାକୁ ଗଲେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଫ୍ୟାମିଲି ଷ୍ଟାର୍’କୁ ନେଇ ଚର୍ଚ୍ଚାରେ।

