ଦେଶରେ ଚମକିଲା ଭୁବନେଶ୍ବର

ପୁଣି ରାଜଧାନୀ ଭୁବନେଶ୍ବରକୁ ସମ୍ମାନଜନକ ପୁରସ୍କାର  । ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ଭୁବନେଶ୍ବରକୁ ମିଳିଲା ସ୍ବଚ୍ଛ ସହର ପୁରସ୍କାର  । ଏବର୍ଷ ଭୁବନେଶ୍ବର ରାଙ୍କ ୩୪ ରହିଛି  । ଗତଥର ୮୦ରାଙ୍କରେ ରହିଥିଲା  । ଏହା ସହ ଭୁବନେଶ୍ବର ପାଇଛି ପ୍ରଥମ ଓ୍ବାଟର ପ୍ଲସ ପୁରସ୍କାର  । ଗତ ଥର ଏହା ଓଡିଏଫ୍ ପ୍ଲସ ପ୍ଲସ ରହିଥିଲା  । ଅଳିଆ ମୁକ୍ତ ସହର ଭାବେ ମଧ୍ୟ ଭୁବନେଶ୍ବରକୁ ମିଳିଛି ସମ୍ମାନ  ।

ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଥ ପ୍ରଦର୍ଶନ ଯୋଗୁ ବିଏମସି ଏହି ପୁରସ୍କାର ହାସଲ କରିଥିଲା କହିଛନ୍ତି ସୁଲୋଚନା ଦାସ  । ଏହାସହ ସହର ବାସୀଙ୍କ ସହଯୋଗ ଯୋଗୁ ଏହି ସଫଳତା ମିଳିଛି  ।

ଏନେଇ ସବୁବେଳେ ବିଏମସିକୁ ସହାୟତା କରିବାକୁ ଅପିଲ କରିଛନ୍ତି ସୁଲୋଚନା  । ସେହିଭଳି ଗଞ୍ଜାମ ଜିଲ୍ଲା ଚିକିଟିକୁ ସ୍ବଚ୍ଛ ସହର ପୁରସ୍କାର ପ୍ରଦାନ କରାଯାଇଛି । ୧୫ ହଜାର ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ଏହି ପୁରସ୍କାର ପାଇଛି ସହର  । …

 

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!