ରାମ ମନ୍ଦିର ଟ୍ରଷ୍ଟ୍‌କୁ ୨.୫୧ କୋଟି ଦାନ କରିଛନ୍ତି ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୂରା ପରିବାର ସହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ପୂରା ପରିବାର କଡ଼ା ସୁରକ୍ଷାର ସହ ବିମାନବନ୍ଦରରୁ ଯାଇ ମନ୍ଦିରରେ ପହଞ୍ଚିଥିଲେ।ମୁକେଶଙ୍କ ସହ ତାଙ୍କ ପତ୍ନୀ ନୀତା ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ଜ୍ବାଇଁ ଆନନ୍ଦ ପରିମଲ, ପୁଅ ଆକାଶ ଓ ଅନନ୍ତ ଅମ୍ବାନୀ ଓ ବୋହୂ ଶ୍ଳୋକା ମେହେଟା ଉପସ୍ଥିତ ଥିଲେ।

ପୂରା ପରିବାର ଭଗବାନ ରାମଙ୍କ ଦର୍ଶନ କରିଛନ୍ତି। ମୁକେଶଙ୍କ ପରିବାରକୁ ଖୁବ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି। ଆପଣ ଜାଣନ୍ତି କି ରାମ ମନ୍ଦିର ଟ୍ରଷ୍ଟ୍କୁ କେତେ ଟଙ୍କା ଦେଇଛନ୍ତି ଅମ୍ବାନୀ? ପୂରା ପରିବାର ପକ୍ଷରୁ ଅମ୍ବାନୀ ରାମ ମନ୍ଦିର ଟ୍ରଷ୍ଟ୍କୁ ୨.୫୧ କୋଟି ଟଙ୍କା ଦାନ କରିଛନ୍ତି।

କେବଳ ମୁକେଶ ନୁହଁନ୍ତି, ତାଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କୁ ବି ଅଯୋଧ୍ୟା ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ଉତ୍ସବ ପାଇଁ ଅଯୋଧ୍ୟାକୁ ପୂରା ଭବ୍ୟ ତରିକାରେ ସଜା ଯାଇଥିଲା। ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମା ବିର୍ଲାଙ୍କୁ ମଧ୍ୟ ତାଙ୍କ ଝିଅ ସହ ସେଠାକୁ ଯାଇଥିବାର ଦେଖିବାକୁ ମିଳିଥିଲା।

Post Views100 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!