ଆମ ହସପିଟାଲ ଆମ ଭରସା

ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ଆମ ହସ୍ପିଟାଲ ସହ 5T ଉପଖଣ୍ଡସ୍ତରୀୟ ଡାଏଲେସିସ୍ ସେଣ୍ଟର ଲୋକାର୍ପଣ। ହସ୍ପଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ IVRS ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀମାନଙ୍କର ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।ବରଗଡ ଜିଲ୍ଲାରେ ୫, ସୁନ୍ଦରଗଡ ଜିଲ୍ଲାରେ ୭, ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାରେ ୪ଟି ଲେଖାଏଁ ଆମ ହସ୍ପିଟାଲ ଲୋକାର୍ପିତ ହୋଇଛି। କେନ୍ଦୁଝର ଜିଲ୍ଲାରେ ୬ଟି, ଝାରସୁଗୁଡା ଜିଲ୍ଲାରେ ୨ଟି, ଜଗତସିଂହପୁର ଜିଲ୍ଲାରେ ୪ଟି, କେନ୍ଦ୍ରାପଡା ଜିଲ୍ଲାରେ ୫ଟି, ମୟୁରଭଞ୍ଜ ଜିଲ୍ଲାରେ ୯ଟି, ଗଂଜାମ ଜିଲ୍ଲାରେ ୧୩ଟି, କଳାହାଣ୍ଡି ଜିଲ୍ଲାରେ ୪ଟି ରାୟଗଡା ଜିଲ୍ଲାରେ ୪ଟି, ନୂଆପଡା ଜିଲ୍ଲାରେ ୨ଟି, ମାଲକାନଗିରି ଜିଲ୍ଲାରେ ୨ଟି ଓ କନ୍ଧମାଳ ଜିଲ୍ଲାରେ ୩ଟି ଆମ ହସ୍ପିଟାଲ ଲୋକାର୍ପିତ ହୋଇଛି।

ଏଥି ସହିତ ମୟୁରଭଞ୍ଜ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା, ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା, ଗଂଜାମ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନା, ନୂଆପଡା ଖରିଆର ଉପଖଣ୍ଡ ଡାକ୍ତରଖାନା ଓ ବରଗଡର ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ୫ଟି ନୂତନ ଉପଖଣ୍ଡସ୍ତରୀୟ ଡାଏଲେସିସ୍ କେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ‘ଆମ ହସ୍ପିଟାଲରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରୋଗୀଙ୍କୁ ସୁବିଧାରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ ହସ୍ପିଟାଲଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ଆହୁରି ଉଜ୍ଜ୍ୱଳ କରିବ। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ ଆରମ୍ଭ କରାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏହା ସରକାରୀ ସ୍ତରରେ ଆମର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ। 5T ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି। ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି।…

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!