ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ଲୋକପ୍ରିୟତା ମାମଲାରେ ପଛରେ ପକାଇ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମର୍ନିଂ କନ୍ସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ଜଣାପଡ଼ିଛି। ମୋଦିଙ୍କୁ ୭୮% ରେଟିଂ ମିଳିବା ସହ ଏବେ ବି ତାଙ୍କର ଲୋକପ୍ରିୟତା ବଜାୟ ରହିଛି ବୋଲି ସ୍ପଷ୍ଟ ହୋଇଛି।
ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଏହି ସର୍ଭେରେ ୭୮% ଲୋକପ୍ରିୟତା ସହ ଶୀର୍ଷରେ ଅଛନ୍ତି। ସେହିଭଳି ମେକ୍ସିକୋ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେସ୍ ମାନୁଆଲ ଲୋପେଜ୍ ଓବ୍ରାଦୋର ୬୪% ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସ୍ବିଜରଲ୍ୟାଣ୍ଡର ଆଲେନ ବର୍ସେଟ(୫୭%) ଏବଂ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ(୫୦%) ଲୋକପ୍ରିୟ ନେତା ହୋଇଛନ୍ତି।

