ରଣବୀରଙ୍କୁ ନ୍ୟାଶନାଲ କ୍ରିଏଟର ଆଓ୍ବାର୍ଡ

ଦିଲ୍ଲୀର ଭାରତମଣ୍ଡପମଠାରେ ନ୍ୟାଶନାଲ କ୍ରିଏଟର ଆଓ୍ବାର୍ଡ ୨୦୨୪ କାର୍ଯ୍ୟକ୍ରମ ଚାଲିଛି। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଇନଫ୍ଲୁଏନ୍ସର୍ସଙ୍କୁ ସମ୍ମାନିତ କରିଛନ୍ତି। ଇନ୍ଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ରେ ଲୋକପ୍ରିୟ ତଥା ପ୍ରତିଭାଶାଳୀ ରଣବୀର ଆହ୍ଲାବାଦିଆଙ୍କ ନାମ ଏଥିରେ ରହିଛି।

ରଣବୀରଙ୍କର ସୋସିଆଲ ମିଡିଆ ଜଗତରେ ଏକ ବଡ଼ ନାଁ ରହିଛି। ଫିଲ୍ମଠୁ ଆରମ୍ଭ କରି ରାଜନୀତି ଏବଂ ଧର୍ମ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ଷ୍ଟାଲ୍ଓ୍ବାର୍ଟଙ୍କୁ ସାକ୍ଷାତକାର ନେଇଛନ୍ତି ରଣବୀର। ସୋସିଆଲ ମିଡିଆରେ ତାଙ୍କ ପୋଡକାଷ୍ଟର ଝଲକ ଦେଖିବାକୁ ମିଳେ।

ସୋସିଆଲ ମିଡିଆ ପ୍ରତିଭାମାନଙ୍କୁ ସମ୍ମାନ ଜଣାଇବା ପାଇଁ ସରକାର ନ୍ୟାଶନାଲ କ୍ରିଏଟର ଆଓ୍ବାର୍ଡ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଶୋ’ ‘ମନ କି ବାତ୍’ରେ ଏହା ଘୋଷଣା କରିଛନ୍ତି। ଯାହାର ପ୍ରଥମ ସଂସ୍କରଣ ୮ ମାର୍ଚ୍ଚରେ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସହିତ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଅଂଶଗ୍ରହଣ କରିଥିଲେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!