ଷଷ୍ଠ ଥର ନିର୍ବାଚନ ଲଢିବେ ଅନନ୍ତ ନାୟକ

କେନ୍ଦୁଝର ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ଅନନ୍ତଙ୍କୁ ପ୍ରାର୍ଥୀ ଭାବେ ଘୋଷଣା  କରାଯାଇଛି ।ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି  ପୂର୍ବତନ ଏମପି ଅନନ୍ତ । କେନ୍ଦୁଝର ଲୋକସଭା କ୍ଷେତ୍ରରୁ ଲଢିବ ଅନନ୍ତ । ୧୯୯୯ ରୁ ଆଜି ପର୍ଯ୍ୟନ୍ତ ସେ କେନ୍ଦୁଝର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢି ଆସୁଛନ୍ତି । ବିଜେପି ପକ୍ଷରୁ ୫ ଥର ସାଂସଦ ଭାବ ଲଢିଆସୁଥିବା ବେଳେ ,ଏହା ଭିତରେ ସେ ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି  । ଚଳିତ ବର୍ଷ ସେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ତାରେଣୀଙ୍କୁ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

ଅନନ୍ତ ନାୟକ ୧୯୬୯ ମସିହା ମେ ୧ରେ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ପଞ୍ଚାୟତରେ ଜନ୍ମଗ୍ରହଣ କରିଥିଲେ । ସେ ୩୦ ବର୍ଷ ବୟସରୁ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ  ନିର୍ବାଚିତ ହୋଇଥିଲେ । ଏହା ସହ ସେ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଅନୁସୂଚିତ ଜନଜାତି ପାଇଁ ଜାତୀୟ ଆୟୋଗର ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି । କେନ୍ଦୁଝର ସଂସଦୀୟ କ୍ଷେତ୍ରର ପୂର୍ବତନ ଲୋକସଭା ସଦସ୍ୟ ଅନନ୍ତ ନାୟକ ଜଣେ ସର୍ବଗ୍ରହଣୀୟ ତଥା ନିର୍ବିବାଦୀୟ ନେତା ଭାବରେ ନିଜର ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି । ବିଗତ ସାଧାରଣ ନିର୍ବାଚନରେ ବିଜେପିର ପରାଜୟ ପରେ ଦଳ ମଧ୍ୟରେ ଏହାକୁ ନେଇ ମାନସ ମନ୍ଥନ କରାଯାଇ ଅନନ୍ତ ନାୟକଙ୍କ ଉପରେ ଦଳ ଭରସା କରି ପୁଣି ତାଙ୍କୁ ପ୍ରାର୍ଥୀ କରିଛି ।

୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୪ଲକ୍ଷ ୬୦ହଜାର ୧୫୬ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିକୁ ୫ଲକ୍ଷ ୬ହଜାର ୩୫୯ ଭୋଟ ମିଳିଥିଲା । ନିର୍ବାଚନ ରେ ପରାଜିତ ହେବା ପରେ ଜାତୀୟ ଜନଜାତି କମିଶନ ସଦସ୍ୟ ମନୋନୀତ ହୋଇଥିଲେ । ଏହାପରେ ସେ ଜନଜାତିଙ୍କ ସମସ୍ୟା ନେଇ ବାରମ୍ବାର କେନ୍ଦୁଝର ସଂସଦୀୟ କ୍ଷେତ୍ର ବାରମ୍ବାର ଗସ୍ତ କରି ଲୋକଙ୍କ ସମସ୍ୟା ସମାଧାନ କରି ଲୋକଙ୍କ ନିକଟତର ହୋଇପାରିଥିଲେ ।

ଆରଏସଏସରୁ ସାଂଗଠନିକ କାର୍ଯ୍ୟ ଆରମ୍ଭ କରିଥିବା ଅନନ୍ତ ନାୟକ ୧୯୯୯ରୁ ୨୦୦୯ ଯାଏ ଦୁଇ ଥର କେନ୍ଦୁଝର ସାଂସଦ ଭାବେ ବିଜେପି ଟିକେଟରୁ ନିର୍ବାଚିତ ହୋଇଥିଲେ। କେନ୍ଦୁଝର ଜିଲାରେ ଭାଜପା ଏମ୍‌ପି ଭାବେ ପୂର୍ବରୁ ଅନନ୍ତ ନାୟକ ଦୁଇ ଦୁଇ ଥର ବିଜୟଲାଭ କରି ଲୋକପ୍ରିୟତାର ଶୀର୍ଷରେ ରହି ଆସିଥିଲେ। ଏବେ ପୁଣି ଥରେ କେନ୍ଦୁଝରବାସୀଙ୍କ ସେବା କରବେ ବୋଲି କହିଛନ୍ତି ଅନନ୍ତ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!