ଏଥର ବି କଟକ ଚୌଦ୍ୱାରରେ ସୈାଭିକ ବିଶ୍ବାଳ

୨୦୨୪ରେ କଟକ ଚୌଦ୍ୱାରରେ ହେବ କଡ଼ା ଟକ୍କର। ପୁଣିଥରେ ମୁହାଁମୁହିଁ ହେବେ ସୈାଭିଓ ଓ ନୟନ ।‌ ଏଥର ବି ସୈାଭିକ ବିଶ୍ବାଳଙ୍କ ମୁଣ୍ଡ ଉପରେ ସୁନାକଳସ ଢାଳିଛି ବିଜେଡି। ପୁଣିଥରେ ସୈାଭିକକୁ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ।‌ ଗତଥରର ବିଜୟ, ଅଖଣ୍ଡ ଲୋକପ୍ରିୟତା ଓ ଗ୍ରହଣୀୟତା କାରଣରୁ ପୁଣି ଦଳ ତାଙ୍କ ଉପରେ ଭରସା କରିଛି।

ରାଜନୀତିର ପରିଭାଷା ଅନେକ ହୋଇପାରେ । ସେବା କରିବାର ଶୈଳୀ ଭିନ୍ନ ହୋଇପାରେ । ହେଲେ ପ୍ରତିବଦ୍ଧତା କିନ୍ତୁ ଗୋଟିଏ । ଲୋକ ଆଗ, ଜନତାଙ୍କ ସମସ୍ୟାର ସମାଧାନ ହିଁ ପ୍ରାଥମିକତା । ଏହାକୁ ଗ୍ରହଣ କରି ଭାଇଚାରା ସହରର ବିଶ୍ୱାସୀ ମଣିଷ ହୋଇପାରିଛନ୍ତି ସୌଭିକ ବିଶ୍ବାଳ ।ଷୋଡ଼ଶ ବିଧାନସଭାର ସର୍ବ କନିଷ୍ଠ ବିଧାୟକ ଥିଲେ କଟକ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ବାଳ । ଜଣେ ଉଚ୍ଚଶିକ୍ଷିତ, ଉଚ୍ଚକୋଟୀର କଣ୍ଠଶିଳ୍ପୀ ଓ ଦରଦୀ ମଣିଷ ଭାବେ ଖାଲି କଟକ କାହିଁକି ସାରା ଓଡ଼ିଶାରେ ସୌଭିକ ପରିଚିତ ଆଉ ଚର୍ଚ୍ଚିତ । ସୌଭିକ ଦଳୀୟ ନେତା ଓ କର୍ମୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । ଦଳର ପୁରୁଖା ନେତାଙ୍କ ମାନଭଞ୍ଜନ କରିବା ସହିତ ଯୁବ ଓ ଛାତ୍ରଙ୍କୁ ଏକାଠି କରି ଆଗକୁ ବଢିଛନ୍ତି ସୌଭିକ ।

୨୦୧୯ ବିଧାନସଭା ନିର୍ବାଚନରେ ୫୪,୬୮୬ଖଣ୍ଡ ଭୋଟ ପାଇ ସେ ବିଜୟ ଟିକା ପିନ୍ଧିଥିଲେ। ନିର୍ବାଚନରେ ସୌଭିକଙ୍କ ଭୋଟ ପ୍ରତିଶତ ୪୮.୫୨ ରହିଥିବାବେଳେ ବିଜେପି ଓ କଂଗ୍ରେସକୁ ଯଥାକ୍ରମେ ୩୨.୩୫ ଓ ୫.୯୬ ପ୍ରତିଶତ ଭୋଟ ମିଳିଥିଲା। ସେଦିନ ନବାଗତ ଥିବା ସୌଭିକ ଆଜି ଜଣେ ପୋଖତ ରାଜନେତା ।‌ କମ ବୟସର ହୋଇ ବି ନିଜ ରାଜନୈତିକ ପରିପକ୍ବତା ଦେଖାଇଛନ୍ତି। ଲୋକଙ୍କ ସାଥିରେ ରହି ଦୁଃଖସୁଖରଜ ଭାଗିଦାରୀ ହେବା ସହିତ ଜନତାଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସେ ବନିଯାଇଛନ୍ତି ସବୁରି ହୃଦୟର ପ୍ରିୟ ନେତା ।‌ ଅନେକ ସମୟରେ ଲୋକଙ୍କ ଗହଣରେ ଷ୍ଟେଜ ଉପରେ ଗୀତ ଗାଇ କଟକବାସୀଙ୍କ ଭଲପାଇବା ସାଉଁଟିଛନ୍ତି ସୌଭିକ ।‌ ସରକାରୀ ମିଟିଂରେ ଲୋକଙ୍କ ବିକାଶ ପାଇଁ ଶାଣିତ ସ୍ବର ଉଠାଇ ଚର୍ଚ୍ଚାକୁ ଆସିବା ସହ ଲୋକଙ୍କ ଭରସା ଜିତିଛନ୍ତି। ଲୋକଙ୍କ ସେବା କରିବାକୁ ବୟସ ଏକ ମାପଦଣ୍ଡ ନୁହେଁ। ଆଗ୍ରହ ଓ ଇଚ୍ଛାଶକ୍ତି ହିଁ ସବୁ ସମସ୍ୟାର ସମାଧାନ କରେ । ଏକଥାକୁ ପ୍ରମାଣିତ କରିଛନ୍ତି ସୌଭିକ।

ଏଥର ବି ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି ନୟନ କିଶୋର ମହାନ୍ତି । ଦଳ ତାଙ୍କ ଉପରେ ପୁଣିଥରେ ବିଶ୍ୱାସ କରିଛି । ଗତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ଠାରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ତେବେ ଗଲାଥର ପରି ଏଥର ବି ସୈାଭିକ ବିଜୟ ବାନା ଉଡାଇବେ ବୋଲି ସାଧାରଣରେ ଆଲୋଚନା ହେଉଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!