କୋରେଇରୁ ନିର୍ବାଚନ ଲଢିବା ନେଇ ଆଶାୟୀ ଝିଲିକ

ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ବନାମ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ବିଗ୍ ଫାଇଟ୍ ଦେଖି ପାରନ୍ତି କୋରେଇ ଜନତା । ବିଜେଡି ସୁପ୍ରିମୋ ଯଦି ଅନୁମତି ଦେବେ, ତେବେ କୋରେଇରୁ ନିର୍ବାଚନ ଲଢିବି ବୋଲି କହିଛନ୍ତି ଝିଲିକ । ଝିଲିକଙ୍କ ଏଭଳି ବୟାନ ପରେ କୋରେଇ ନିର୍ବାଚନମଣ୍ଡଳୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ୯୯ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲେ ମଧ୍ୟ ଏଯାଏଁ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ବ୍ୟକ୍ତି ଆଜି ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଂଜନ ଘଡେଇଙ୍କ ଯାଜପୁର ରୋଡ ସ୍ଥିତ ବାସଭବନରେ ପହଞ୍ଚି ପତ୍ନୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି ।

କୋରେଇବାସୀଙ୍କ ଦାବିକୁ ସମର୍ଥନ ଜଣାଇ ଝିଲିକ୍ ମଧ୍ୟ ନିର୍ବାଚନ ଲଢିବା ସପକ୍ଷରେ ମତ ରଖିଛନ୍ତି । କହିଛନ୍ତି, ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯଦି ଦଳୀୟ ଟିକେଟରେ ଲଢିବାକୁ ସୁଯୋଗ ଦିଅନ୍ତି ତେବେ ଲଢିବି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!