ମଇଦାନରେ ନ୍ୟୁ ଜେନେରେସନ ଉପାସନା

ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ମଇଦାନ। ନିର୍ବାଚନ ପାଇଁ ତୟାରି ଆରମ୍ଭ କଲେଣି ବିଜେଡି, , କଂଗ୍ରେସ , ବିଜେପି। ଆଉ ସେଥିପାଇଁ ଚାଲିଛି କସରତ । ଏବେ ନିର୍ବାଚନରେ ଲଢୁଛନ୍ତି କିଛି ନ୍ୟୁ ଜେନେରେସନ  । ବିଜେପି ବିଧାନସଭା ନିର୍ବାଚନ ପାଇଁ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଏଥିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ବଦଳରେ ତାଙ୍କ ଝିଆରୀ ତଥା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ବିଜେପି ଟିକେଟ ଦେଇଛି ।

ଉପାସନା ମହାପାତ୍ର ରାଜ୍ୟ ଜଣେ ଚର୍ଚ୍ଚିତ ଚେହେରା  । ଆଉ ରାଜନୀତିରେ ଅଭିଜ୍ଞ ମଧ୍ୟ  । ଆଉ ଏହା ମଧ୍ୟ ସେ  ଗ୍ରାସ ରୁଟକୁ ଯାଇ ଲୋକଙ୍କ ସହ ମିଶି ଲୋକଙ୍କ ସୁଖଦୁଖରେ ଛିଡା ହୋଇଛନ୍ତି  । ୨୦୧୯ ନିର୍ବାଚନ ବେଳେ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ହୋଇନଥିବାରୁ ଉପାସନା ମଇଦାନକୁ ଓହ୍ଲାଇ ନ ଥିଲେ । ଏଥିପାଇଁ ମଇଦାନଙ୍କୁ ଓହ୍ଲାଇଥିଲେ ଲୁଲୁ ମହାପାତ୍ରଙ୍କ ଭାଇ ତଥା ଉପାସନାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଲଳିତେନ୍ଦୁ ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସବର୍ମାଙ୍କୁ ହରାଇ ବ୍ରହ୍ମଗିରି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଏବେ ସ୍ଥିତି ବଦଳିଛି । ଉପାସନା ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ହୋଇଛନ୍ତି ।

ପ୍ରାର୍ଥୀ ଘୋଷଣା ହେବା ପରେ ଉପାସନା ନିର୍ବାଚନରେ ବିଜୟ ହେବା ସହ ବ୍ରହ୍ମଗିରି ନିର୍ବାଚନମଣ୍ଡଳବାସୀଙ୍କ ସେବା କରିବେ ବୋଲି କହିଛନ୍ତି  । ତାଙ୍କ ବାପାଙ୍କୁ ସମସ୍ତେ ଭଲପାଆନ୍ତି ତେଣୁ ସେ ନିଜ ଅଞ୍ଚଳବାସୀଙ୍କ ଆଶୀର୍ବାଦ ଲୋଡିବେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!