ରକ୍ତ ନମୁନା ବଦଳାଇବାକୁ ୩ ଲକ୍ଷ ଟଙ୍କା ନେଇଥିଲେ ଡାକ୍ତର

ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ଗତକାଲି ପୁଲିସ ସ୍ଥାନୀୟ ସରକାରୀ ଚିକିତ୍ସାଳୟର ଦୁଇ ଡାକ୍ତରଙ୍କୁ ଗିରଫ କରିଛି। ଏବେ ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ଡାକ୍ତରଙ୍କୁ ରକ୍ତ ନମୁନା ବଦଳାଇବା ପାଇଁ ନାବାଳକର ପରିବାର ଲୋକ ୩ ଲକ୍ଷ ଟଙ୍କା ଦେଇଥିଲେ।

ଏହି ମାମଲାରେ ମୋଟ ରାଶି ମଧ୍ୟରୁ ପୁଣେ କ୍ରାଇମ ବ୍ରାଞ୍ଚ ହାଲନୋରଙ୍କ ନିକଟରୁ ୨.୫ ଲକ୍ଷ ଟଙ୍କା ଏବଂ ଟାୱାର ଅଧୀନରେ କାମ କରୁଥିବା ଘାଟକମ୍ବଲେରଙ୍କ ନିକଟରୁ ୫୦,୦୦୦ ଟଙ୍କା ଜବତ କରିଛି।

ଉଭୟ ଡାକ୍ତର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ନାବାଳକର ରକ୍ତ ନମୁନାକୁ ଡଷ୍ଟବିନ୍ରେ ଫିଙ୍ଗି ଦେଇଥିଲେ ଓ ଅନ୍ୟଜଣଙ୍କ ରକ୍ତ ନମୁନା ବଦଳାଇ ଦେଇଥିଲେ।

ପୁଲିସ କମିସନର ଅମିତେଶ କୁମାର ଦେଇଥିବା ସୂଚନାନୁସାରେ, ୧୯ ତାରିଖ ଦୁର୍ଘଟଣା ପରେ ସକାଳ ୧୧ଟାରେ ନାବାଳକ ଚାଳକକୁ ଡାକ୍ତରୀ ପରୀକ୍ଷଣ ନିମନ୍ତେ ସାସୁନ୍ ସରକାରୀ ହସ୍ପିଟାଲ୍କୁ ନିଆଯାଇଥିଲା। ନାବାଳକ ନିଶାଗ୍ରସ୍ତ ଥିବାରୁ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତେବେ ପରୀକ୍ଷଣ ରିପୋର୍ଟରେ ନାବାଳକଙ୍କ ରକ୍ତରେ ଆଲକହଲ (ମଦ) ନଥିବା ଜଣାପଡ଼ିଥିଲା।

ଫଳରେ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା ଓ ଅନ୍ୟ ଏକ ହସ୍ପିଟାଲ୍ରେ ନାବାଳକଙ୍କ ପୁଣିଥରେ ରକ୍ତ ପରୀକ୍ଷା କରିଥିଲେ। ସେଥିରେ ଦୁଇଟି ଭିନ୍ନ ରକ୍ତ ନମୁନା ଥିବା ଜଣାପଡ଼ିଥିଲା।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!