ଓଡିଶାରେ କିଏ ଗଢ଼ିବ ସରକାର ? ଏହି ଚର୍ଚ୍ଚା ଆଉ କିଛି ସମୟପରେ ସୀମିତ ହେବାକୁ ଯାଉଛି । ସମସ୍ତ ଆଲୋଚନା ଭିତରେ ଆଉ କିଛି ସମୟପରେ ଆଜି ଆସିବାକୁ ଯାଉଛି ଓଡିଶା ନିର୍ବାଚନ ରେଜଲ୍ଟ । ଅନ୍ୟପଟେ ଭୋଟ୍ ଗଣତି ପାଇଁ ଏବେ ସବୁ ପ୍ରସ୍ତୁତି ଶେଷ ହେଇସାରିଛି । ଇସିଆଇଙ୍କ ସୂଚନା ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ପରେ, ଆରମ୍ଭ ହେବ ଇଭିଏମ୍ ଭୋଟ୍ ଗଣତି ।
ଆଜି ପ୍ରକାଶ ପାଇବ ରାଜ୍ୟର ମୋଟ ୧୪୭ ଆସନର ଫଳାଫଳ ତେବେ ବିଜେଡି-ବିଜେପି ଏବଂ କଂଗ୍ରେସ ମଧ୍ୟରୁ କେଉଁ ଦଳ କେତେ ଆସନ ଜିତୁଛି ,କାହା କାହା ମଧ୍ୟରେ ହେବ ଟକ୍କର ତାହା ଉପରେ ରହିଛି ପୂରା ରାଜ୍ୟର ନଜର । ଖାସ୍ କରି ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ଏଥର ଲଢେଇ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଜାତୀୟ ଗଣମାଧ୍ୟମରେ ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ସଫଳତା ମିଳୁଥିବାବେଳେ, ଆଉ କିଛି ଏକଜିଟ୍ ପୋଲରେ ବିଜେଡି ପୁଣିଥରେ ସରକାର ଗଢୁଥିବା ଅନୁମାନ କରାଯାଉଛି । ଆଉ ଏ ସବୁ ଭିତରେ ଆଉ କିଛି ସମୟପରେ ଆସିବାକୁ ଯାଉଛି ଏକଜାଟ୍ ପୋଲ୍ ।

