ମଧ୍ୟବିତ ପରିବାରରୁ ବିଧାୟିକା, ଜାଣନ୍ତୁ ସୀମାରଣୀ ଙ୍କ ରାଜନୈତିକ ଜୀବନ ଯାତ୍ରା

ମଧ୍ୟବିତ ପରିବାରରୁ ଜନ୍ମ ତାପରେ ଡିଇଆଇଟି ରେ ସିଟି ପାଠପଢା ହେଲେ ଏତିକିରେ ଥମି ଯାଇନଥିଲା ପାଦ, ଲୋକସେବା ପାଇଁ ପୂର୍ବରୁ ଥିଲା ଉତ୍କଣ୍ଠା ସେଇଥିପାଇଁ ଦେଇଥିଲେ ରାଜନୀତି ରେ ପାଦ । ଚାହିଁଥିଲେ କୌଣସି ଏକ ସରକାରୀ ଚାକିରୀ ରେ ଯୋଗଦେଇ ନିଜ ଇଚ୍ଛାରେ କରି ପାରିଥାନ୍ତେ ସାଧାରଣ ଜୀବନ ଜାପାନ ହେଲେ ଲୋକଙ୍କ ସେବା ମନୋବୃତ୍ତି ହେତୁ ରାଜନୀତି କୁ ନିଜ ପନ୍ଥା ଭାବେ ବାଛିନେଇଥଲେ । ବହୁ ହାର୍ ଜିତ୍ , ବାଦ ବିବାଦ ମଧ୍ୟ ପିଛା ଛାଡିନଥିଲା ହେଲେ ଭାଙ୍ଗିନଥିଲା ମନୋବଳ ,ଆଉ ଏବେ ସାଧାରଣ ଲୋକଙ୍କ ପାଇଁ ସ୍ବର ସାଜିଛନ୍ତି ସୀମାରଣୀ ।

ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ, ୧୯୬୪ ମସିହା ଜୁଲାଇ ୮ ତାରିଖ ପିତା ଅନାଦି ନାୟକ ଓ ମାତା ଶ୍ରୀମତିଙ୍କ ଠାରୁ ଜନ୍ମ ଗ୍ରହଣ କରି ଧଳପୁର ହାଇସ୍କୁଲରେ ନିଜର ସ୍କୁଲ ଶିକ୍ଷା ସାରିଥିଲେ । ପରେପରେ ଉଚ୍ଚ ଶିକ୍ଷାପାଇଁ ଢେଙ୍କାନାଳ ସହର ସ୍ଥିତ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପାଠ୍ୟକ୍ରମ କରିଥିଲେ । ଯୁକ୍ତ ଦୁଇ ସରିବା ପରେ ଢ଼େଙ୍କାନାଳ ଡିଇଆଇଟି ରେ ସିଟି ସମାପ୍ତ କରି, ୧୯୯୫ ମସିହାରେ ସେ ନିଜ ସ୍ଵାମୀଙ୍କ ଦ୍ଵାରା ଅନୁପ୍ରାଣିତ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ । ୧୯୯୭ ମସିହାରେ ହିନ୍ଦୋଳ ବ୍ଲକ ଚେୟାରମ୍ୟାନ ପଦବୀରେ ବସିଥିବା ବେଳେ, ସୋସିଆଲ ୱେଲଫେୟାର ବୋର୍ଡର ମେମ୍ବର, ଏସିଏଷ୍ଟି ଷ୍ଟେଟ ବୋର୍ଡ ସଭାପତି ,ଷ୍ଟେଟ ରେଡ଼ କ୍ରସ ମେମ୍ବର ଆଦି ପଦ ପଦବୀରେ ରହିଛନ୍ତି ।

ଲୋକଙ୍କ ସେବା ମନୋବୃତ୍ତି ରଖିଥିବା ସୀମା ସିଟି ପାଠ ପଢ଼ି ଶିକ୍ଷକତା ଚାକିରି ନକରି ସେ ରାଜନୀତି କୁ ବାଛିନେଇଥିଲେ ।୨୦୧୪ ଓ ୨୦୧୯ ମସିହାରେ ବିଜୁ ଜନତା ଦଳ ପକ୍ଷରୁ ଦୁଇଥର ବିଧାୟିକା ମଧ୍ୟ ହୋଇଥିଲେ । ହେଲେ ଚଳିତ ବର୍ଷ ବିଜୁ ଜନତା ଦଳ ତାଙ୍କୁ ଅଣଦେଖା କରି ଟିକେଟ ଦେଇନଥିଲେ । ଲୋକଙ୍କ ମତାମତ ନେଇ ପରେ ସୀମା ବିଜେପିରେ ଯୋଗ ଦେଇଥିଲେ । ବେଜିପି ମଧ୍ୟ ପ୍ରାର୍ଥୀ ବଦଳାଇ ସୀମାଙ୍କୁ ଟିକେଟ ପ୍ରଦାନ କରିଥିଲା । ନିର୍ବାଚନ ରେ ଭୁଲ୍ ହୋଇଥିଲା ବିଜେଡ଼ି ର ଅଙ୍କକସା ୧୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟର ମୁକୁଟ ପିନ୍ଧିଥିଲେ ସୀମା । ହିନ୍ଦୋଳ ବାସୀଙ୍କ ଏଭଳି ଅସା ଓ ବିଶ୍ୱାସ ହେତୁ ଆଗାମୀ ଦିନରେ ହିନ୍ଦୋଳ ଆହୁରି ବିକାଶ ତ୍ଵରାନିତ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ସୀମା କହିଛନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!