ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ

ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ । ଏମବିବିଏସ ପାଠ୍ୟକ୍ରମ ପାଇଁ ଉପଲବ୍ଧ ବହିକୁ ଓଡ଼ିଆରେ ଅନୁବାଦ କରାଯିବ । କେଉଁ କେଉଁ ବହିରୁ ଅନୁବାଦ କରାଯିବ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୨୨ ଜଣିଆ କମିଟି ଗଠନ କରାଯାଇଛି ।

ଆସନ୍ତା ୧୫ ଦିନ ଭିତରେ ଏହି କମିଟି, ବିଭାଗକୁ ଆବଶ୍ୟକ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ମାନସ ରଂଜନ ସାହୁ ।

କେତେ ପରିମାଣର ମହି ଅନୁବାଦ ହେବ ଓ ଧାର୍ୟ୍ୟ ସମୟରେ କିଭଳି କାର୍ୟ୍ୟ ସରିବ ଏହି କମିଟି ତାହାର ଅନୁଧ୍ୟାନ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!