ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ବନ୍ଦ ହୋଇଛି ସନ୍ଧ୍ୟା ଦର୍ଶନ । ଦର୍ଶନ ବନ୍ଦ ପରେ ଶ୍ରୀଜିଉଙ୍କ ଅନ୍ୟ ନୀତି ସମ୍ଫନ୍ନ ହେବ । ମିଳିଥିବା ସୁଚନା ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବା ନେଇ ସମସ୍ତଙ୍କର ଉତ୍ସୁକତା ରହିଥିବା ବେଳେ ରତ୍ନଭଣ୍ଡାର ଭିତରୁ ବାହାରିଛନ୍ତି ଅଧିକୃତ ସଦସ୍ୟ । ବାହାରକୁ ବାହାରିବା ପରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି କି, ଏସଓପି ମୁ୍ତାବକ ସମସ୍ତ କାର୍ଯ୍ୟ ହୋଇଛି ।
ଅନ୍ୟପଟେ ସରିଛି ମାଉସୀ ଘରେ ମହାପ୍ରଭୁଙ୍କ ଲୀଳାଖେଳା, ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥକୁ ଦକ୍ଷିଣମୋଡ କରାଯାଇଛି । ଏଥିପାଇଁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିର୍ମଳ କରାଯାଇଛି ।
ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ସେବାୟତ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ରଥ ତିନୋଟିକୁ ଦକ୍ଷିଣ କରାଯାଇଥିଲା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୂତି କରାଯାଇଥିଲା । ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯାଇଥିବା ବେଳେ, ପରେପରେ ବଡ଼ ଠାକୁରଙ୍କ ତାଳଧ୍ବଜ ଓ ନନ୍ଦିଘୋଷକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଥିଲା ।

