ସ୍ଥିତି ଅନୁଧ୍ୟାନ କରୁଛନ୍ତି ସଂସ୍କୃତି ମନ୍ତ୍ରୀ, ରଥ ଉପରକୁ ମୋବାଇଲ ନିଷେଧ

ଶ୍ରୀକ୍ଷେତ୍ରକୁ ଆରମ୍ଭ ହେବ ଯାତ୍ରା, ସରିଛି ଜନ୍ମ ବେଦିରେ ଲୀଳାଖେଳା । ଗୁଣ୍ଡିଚା ମନ୍ଦିର ବିଜେ ବେଳେ ଯେଉଁ ଅଘଟଣ ଘଟିଲା, ତାକୁ ଦୃଷ୍ଟିରେ ରଖି ଆଜି ମୋବାଇଲ ନିଷେଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥ ଉପରକୁ କେହି ମୋବାଇଲ୍ ନେଇପାରିବେନାହିଁ ବୋଲି ସେବାୟତମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଅନ୍ୟପଟେ ଶୃଙ୍ଖଳିତ ବାହୁଡା ଯାତ୍ରା ପାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ, ଏନେଇ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସେବାୟତଙ୍କ ସହ ସେ ଆଲୋଚନା କରିଥିବାର ଜଣାଯାଇଛି । ଏପରିକି ସାଧାରଣ ଲୋକଙ୍କୁ ଭେଟି ଶାନ୍ତି ଶୃଙ୍ଖଳା ରଖିବା ପାଇଁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ଆମେ ଉପସ୍ଥିତ ରହିବୁ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!