ମିନୁ ମହାନ୍ତି ଙ୍କୁ‘ୱିଙ୍ଗସ ଅଫ୍ ଷ୍ଟିଲ୍’ ଆଓ୍ବାର୍ଡ

ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ପ୍ରଥମ ମହିଳା ଓଭରହେଡ୍ କ୍ରେନ୍ ପରିଚାଳିକା ମିନୁ ମହାନ୍ତଙ୍କୁ ନିକଟରେ ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନ (ଆଇଏସ୍ଏ) ପକ୍ଷରୁ ‘ୱିଙ୍ଗସ୍ ଅଫ୍ ଷ୍ଟିଲ୍’ ଆୱାର୍ଡ଼ ପ୍ରଦାନ କରାଯାଇଛି।

ବିଶେଷକରି ‘ଲିଙ୍ଗ ଏବଂ ବିବିଧତା’ ବର୍ଗରେ ସେ ଉପରୋକ୍ତ ଆଓ୍ବାର୍ଡ (ପୁରସ୍କାର) ପାଇଛନ୍ତି। ଜିନ୍ଦଲ ଷ୍ଟେନ୍ଲେସ୍ରେ ଯୋଗଦେବା ପୂର୍ବରୁ ମିନୁ ପଥର ଭାଙ୍ଗି ଗୁଡ଼ି ତିଆରି କରିବା କାମ କରୁଥିଲେ। ୨୦୧୧ରେ ସେ ଜିନ୍ଦଲ ଷ୍ଟେନ୍ଲେସ୍ର ଷ୍ଟିଲ୍ ମେଲ୍ଟିଂ ଶପ୍ର ହାଉସ କିପିଂ ଦଳରେ ଯୋଗଦେଲେ। ଏପରିକି ମେଶିନ ପରିଚାଳନା କରିବା କାମ ଶିଖିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଶକ୍ତି ଥିଲା। ଫଳରେ ସେ ଖୁବ୍ଶୀଘ୍ର ଇଞ୍ଜିନ ଚାଳିତ କ୍ଲିନିଂ ଯାନ ଚଳାଇବା ଶିଖିପାରିଲେ।

ଏପରିକି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ଆସୁଥିବା ଯାଜପୁରର ୪୩ ବର୍ଷୀୟ ମିନୁଙ୍କ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ଆଇଏସ୍ଏ ଢେର ପ୍ରଶଂସା କରିଛି। ସେହିଭଳି ନୂଆଦିଲ୍ଲୀଠାରେ ଆୟୋଜିତ ଆଇଏସ୍ଏ ଷ୍ଟିଲ କନ୍କ୍ଲେଭର ୪ର୍ଥ ସଂସ୍କରଣରେ କଠିନ ପରିସ୍ଥିତିକୁ ସାମ୍ନା କରି ହାର ମାନି ନଥିବା ମିନୁଙ୍କୁ ଜ୍ୟୁରି ସ୍ପେଶାଲ ଆୱାର୍ଡ ଦିଆଯାଇଛି।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!