ଉଷା ପାଢ଼ୀଙ୍କ ନାଁ ରେ ସାଇବର ଠକ

ଆଇଏଏସ୍ ଅଧିକାରୀଙ୍କୁ ବି ଛାଡିଲେନି ସାଇବର ଠକ। ଆଇଏଏସ୍ ଅଧିକାରୀ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ନାଁରେ ଫେକ୍ ଆଇଡି ଖୋଲି ଟଙ୍କା ମାଗୁଛନ୍ତି ସାଇବର ଠକ।

ଏନେଇ ନଜେ ଉଷା ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। କିଛି ଠକ ହ୍ବାଟସପରେ ଉଷାଙ୍କ ଫଟୋ ଥିବା ଡିପି ରଖି ତାଙ୍କର ସମ୍ପର୍କୀୟ ଏବଂ ଚିହ୍ନା ପରିଚିତ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଏକାଧିକ ନମ୍ବରକୁ ମେମେଜ କରି ଠକ ଟଙ୍କା ମାଗୁଥିବା ନେଇ ସେ ସୂଚନା ଦେଇଛନ୍ତି।

ଠକ ଜଣଙ୍କୁ ୫୦ ହଜାର ଟଙ୍କା ମାଗୁଥିବାର ସ୍କ୍ରିନସଟ୍ ସେୟାର କରିଛନ୍ତି ଉଷା ପାଢୀ। ଏଭଳି ଠକଙ୍କଠୁ ଦୂରେଇ ରହିବା ସହ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି ଉଷା ପାଢୀ।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!