ନୀତି ଆୟୋଗ ବୈଠକକୁ ଯିବେନି ୪ ମୁଖ୍ୟମନ୍ତ୍ରୀ

ସାଂସଦରେ ଉପସ୍ଥାପନ ହୋଇସାରିଛି ସାଧାରଣ ବଜେଟ। ତେବେ ଏହି ବଜେଟ୍କୁ ନେଇ ବିରୋଧୀ ଅସନ୍ତୋଷ ଅଛନ୍ତି। ଏହାକୁ ବିରୋଧ କରି ଇଣ୍ଡିଆ ବ୍ଲକର ସାଂସଦମାନେ ଆଜି ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିବେ। ଏଥିସହ ନୀତି ଅୟୋଗ ବୈଠକକୁ ବହିସ୍କାର କରିବାକୁ ସେମାନେ ଘୋଷଣା କରିଛନ୍ତି।

ସାଧାରଣ ବଜେଟ୍ରେ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଣଦେଖା କରାଯାଇଥିବାରୁ ରାଗି ଯାଇ ଇଣ୍ଡିଆ ମିଳିତ ମଞ୍ଚର ଦଳଗୁଡିକ ନୀତି ଆୟୋଗ ବୈଠକକୁ ବହିଷ୍କାର କରିବାକୁ ଘୋଷଣା କରିଛି। ଅତିକମ୍ରେ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକକୁ ଯିବେନି। ସେଥିମଧ୍ୟରୁ କଂଗ୍ରେସ ଶାସିତ ରାଜ୍ୟର ତିନିଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି।

କହିରଖୁ ଯେ, ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ରାଜ୍ୟ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ପୂର୍ବରୁ ହିଁ ନୀତି ଆୟୋଗ ବୈଠକକୁ ବହିସ୍କାର ଘୋଷଣା କରିସାରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଇଣ୍ଡିଆ ମେଣ୍ଟର ନେତାଙ୍କ ବୈଠକ ବସିଥିଲା। ଏହି ବୈଠକରେ ବଜେଟ ଉପରେ ଚର୍ଚ୍ଚା ହୋଇଥିଲା। ଅଣ ବିଜେପି ଶାସିତ ରାଜ୍ୟ ପ୍ରତି ଭେଦଭାବ କରାଯାଥିବା ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଇଣ୍ଡିଆ ମେଣ୍ଟର ସମସ୍ତ ମୁଖ୍ୟମନ୍ତ୍ରୀ ମଧ୍ୟ ନୀତି ଆୟୋଗ ବୈଠକକୁ ବହିସ୍କାର କରିବାକୁ ଘୋଷଣା କରିଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!