ସୀମାରେ ଅଟକିଛି ଆଳୁ ଟ୍ରକ୍ , ଓଡ଼ିଶା ବଜାରରେ ମିଳୁନି ଆଳୁ

ସୀମାରେ ଅଟକିଛି ଟ୍ରକ୍ ଏପଟେ ବଜାରରେ ଚଢ଼ା ଦର। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ପରେ ଆଜି ବଜାରରେ ମିଳୁନି ଆଳୁ।ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି ଶତାଧିକ ଟ୍ରକ୍। ଆଉ ଯାହା ଆଳୁ ଅଛି ତାହା ୫୦ ପାଖାପାଖି ପହଞ୍ଚିଲାଣି। ବ୍ରହ୍ମପୁର ବଡ଼ବଜାର ଗୋଦାମରେ ଆଳୁ ବସ୍ତା ଆସିନି, ସମାନ ସ୍ଥିତି କଟକ ଛତ୍ରବଜାରରେ ମଧ୍ୟ। ସମ୍ବଲପୁର ,ଢେଙ୍କାନାଳ ଓ ବାଲେଶ୍ବର ବଜାରରେ ଆଳୁ ଦର ଚଢ଼ା ହେଲାଣି। ଯେଉଁଠି ଲୋକେ କିଲେ, ଦିକିଲୋ ନେଉଥିଲେ ଏବେ ଅଧା କିଲୋ ନେଉଛନ୍ତି।

ଧର୍ମଘଟ ଯୋଗୁଁ ଆଲୁକୁ ଓଡ଼ିଶାକୁ ଯିବାକୁ ଦିଆଯାଉନି। ପଶ୍ଚିମବଙ୍ଗ ପଟେ ହିଁ ପଡ଼ୋଶୀ ରାଜ୍ୟ ପୋଲିସ୍ ଅଟକାଇଛି। ଯାହାର ସିଧା ପ୍ରଭାବ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!