ଆଜି ବିଶ୍ବ ଅଙ୍ଗଦାନ ଦିବସ

ଶରୀର ଦାନ ପ୍ରତି ଧୀରେ ଧୀରେ ଜନସାଧାରଣ ସଚେତନ ହେଉଛନ୍ତି। ଶରୀରଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଘୋଷଣାନାମା ଦାଖଲ କରୁଛନ୍ତି। ଏମ୍‌କେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ବର୍ତ୍ତମାନ ସୁଦ୍ଧା ୨୯ଜଣଙ୍କ ମରଶରୀର ମିଳି ସାରିଲାଣି। ଯାହାକି ଗବେଷଣାରେ ବିନିଯୋଗ ହେଉଛି।

ଓଡ଼ିଶା ଆନାଟୋମି ବିଲ୍‌-୨୦୧୨ ପାସ୍‌ ହେବା ପରେ ଶରୀରଦାନକୁ ଆଇଗତ ସ୍ବୀକୃତି ମିଳିଛି। ୨୦୧୩ ଫେବ୍ରୁଆରି ମାସରେ ମେଡିକାଲ୍‌ ସାଇନ୍ସ ଓ ଗବେଷଣା ଦିଗରେ ଓଡ଼ିଶା ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିଲେ। ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା ଓଡ଼ିଶା ଆନାଟୋମି ବିଲ୍‌-୨୦୧୨। ଯଦ୍ବାରା ଯେ କୌଣସି ବ୍ୟକ୍ତି ମୃତ୍ୟୁ ପରେ ପରିବାରବର୍ଗଙ୍କ ଜରିଆରେ ତାଙ୍କ ଶରୀର ଗବେଷଣା ପାଇଁ ସରକାରୀ ମେଡିକାଲକୁ ଦାନ ଆକାରରେ ଦେବେ ବୋଲି ଲିଖିତ ଘୋଷଣା କରିପାରିବେ।

 

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!