କୋଲକାତାର ସବୁଠୁ ବଡ ସରକାରୀ ହସ୍ପିଟାଲ ଓ କଲେଜ ବଡ ରାକେଟ ଚାଲୁଥିଲା । ମାନବ ଅଙ୍ଗପ୍ରତ୍ୟେଙ୍ଗ ଚୋରା ଚାଲାଣ, ସେକ୍ସ ଓ ଡ୍ରଗ୍ସ ରାକେଟରେ ହସ୍ପିଟାଲର କିଛି ବରିଷ୍ଠ ବ୍ୟକ୍ତିଙ୍କ ସମ୍ପୃକ୍ତି ମଧ୍ୟ ଆଶଙ୍କା କରାଯାଉଛି । ହୁଏତ ଏହି ବାବଦରେ ଜାଣିଥିଲେ ମୃତ ଡାକ୍ତର । ତେବେ ତାଙ୍କୁ ରାସ୍ତାର ହଟାଇବା ପାଇଁ ଏକ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଯୋଜନାବଦ୍ଧ କରାଯାଇଥିବା ସହପାଠୀ, ପରିବାର ସନ୍ଦେହ ପ୍ରକାଶ କରୁଛି ।
ସିବିଆଇ ଅଧିକାରୀ ସେହି ସେମିନାର ହଲରେ ପହଁଚିଛି ଯେଉଁଠି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଲେଜର ସ୍କାନ ବ୍ୟବହାର କରି ମାଷ୍ଟରମାଇଣ୍ଡ ନିକଟରେ ପହଁଚିବାକୁ ଚେଷ୍ଟା କରାଯାଉଛି । ୩ଟି ଟିମ ସହ ଛାନଭିନ କରୁଛି ସିବିଆଇ । ତଦନ୍ତକାରୀ ସଂସ୍ଥାର ରାଡାରେ ପୂର୍ବତନ ପ୍ରିନ୍ସପାଲ ଓ ୪ଜଣ ଡାକ୍ତର ରହିଛନ୍ତି । ଏମାନଙ୍କୁ ବାରମ୍ବାର ଜେରା କରାଯାଉଛି ।
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଢ଼ୁଛି ଟିଏମିର ସମସ୍ୟା । ଘଟଣାକୁ ନେଇ ଦଳରେ କିଛି ବି ଠିକ ନାହିଁ । ମମତାଙ୍କ ନେତା,ମନ୍ତ୍ରୀ ମଧ୍ୟ ସ୍ବର ଉତ୍ତୋଳନ କରିଲେଣି । ଟିଏମସି ସାଂସଦ ସୁଖେନ୍ଦୁ ଶେଖର ଦଳର ମୁଖିଆଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଧାରଣାରେ ବସିଥିବାବେଳେ ଏବେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ମମତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ରାହୁଲ ପଶ୍ଚିମବଙ୍ଗକୁ ଏକ ଅସୁରକ୍ଷିତ ରାଜ୍ୟ କହିବା ସହ ମମତା ସରକାର ଅପରାଧୀଙ୍କୁ ବଂଚାଉଥିବା କହିବା ପରେ ଟିଏମସି ପାଲଟା ଜବାବ ରଖିଛି।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ପର ଉତ୍ତୋଳନ କରିଛନ୍ତି ଖୋଦ ରାଜ୍ୟପାଳ ସିଭି ଆନନ୍ଦବୋଷ । ପଶ୍ଚିମବଙ୍ଗ ମହିଳାଙ୍କ ପାଇଁ ସୁରକ୍ଷିତ ନଥିବା କହିବା ସହ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାକୁ ସମୟ ମାଗିଥିବା ଜଣାପଡିଛି ।
କୋଲକାତା ଘଟଣା ସାରା ଦେଶକୁ ଦୋହଲାଇାଦେଇଛି । ନ୍ୟାୟ ଦାବି ଓ ଦୋଷୀକୁ କଠୋର ଶାସ୍ତି ଏବଂ କାର୍ଯ୍ୟାଳୟରେ ମଜୁଭୁତ ସୁରକ୍ଷା ଦାବି କରି ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଦିନକୁ ଦିନ ତେଜୁଛି ।କୋଲକାତାର ଆକ୍ରୋଶର ନିଆଁ ସାରାଦେଶରେ ଦେଖିବାକୁ ମିଳୁଛି

