ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଚାଲିଛି ମାଟି ପରୀକ୍ଷଣ। ୪୦ ମିଟର ଗଭୀରରୁ ମାଟି ଆଣି କରାଯାଉଛି ପରୀକ୍ଷା । ବିଭିନ୍ନ ଯାନ୍ତ୍ରିକ ଉପକରଣ ଲଗାଇ ଭୂଗର୍ଭର ୪୦ ମିଟର ଯାଏ ମାଟି ପରୀକ୍ଷଣ କରାଯାଉଛି । ୧୨ ଜଣ କର୍ମଚାରୀ ଗତ ସାତ ଦିନ ହେବ ଏହି ପରୀକ୍ଷଣ କାମରେ ଲାଗିଛନ୍ତି ।
ଆସନ୍ତା ୩ମାସ ମଧ୍ୟରେ ଏୟାରପୋର୍ଟ ଛକରୁ ତ୍ରିଶୁଳିଆ ଯାଏ ପ୍ରତି ଶହେ ମିଟର ଦୂରତାରେ ମାଟି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଛି । ଏବେ ଫରେଷ୍ଟ ପାର୍କ ସମେତ ବାଣୀବିହାରରେ ମଧ୍ୟ ମାଟିର ପରୀକ୍ଷଣ ଚାଲୁ ରହିଛି ।

